ପ୍ରୀତି ଜିଣ୍ଟାଙ୍କ ସମ୍ପତ୍ତି ମୂଲ୍ୟ କେତେ ଜାଣନ୍ତି

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରୀତି ଜିଣ୍ଟା ଅନ୍ୟତମ। ଯଦିଓ ସେ କିଛି ଦିନ ହେବ ପାଇଁ ଫିଲ୍ମଠାରୁ ଦୂରରେ ଅଛନ୍ତି,ତଥାପି ତାଙ୍କ କ୍ରେଜ୍‌ କମିନି। ନିକଟରେ ଦୁଇଟି ଯାଆଁଳା ଶିଶୁର ମା’ ହୋଇଛନ୍ତି। ଆଜିକାଲି ସେ ନିଜ ପିଲା ଜୟ ଏବଂ ଜିଆଙ୍କ ସହ ଆମେରିକାରେ ଥିବା ତାଙ୍କ ଘରେ ସମୟ ବିତାଉଛନ୍ତି। ଆମେରିକାରେ ପ୍ରୀତିଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତି ଅଛି। ସେ ଲସ ଏଞ୍ଜେଲ୍ସର ବେଭେରୀ ହିଲ୍ସରେ ତାଙ୍କ ସ୍ବାମୀ ଜେନ୍‌ଙ୍କ ସହ ରହୁଛନ୍ତି। ୬ଟି ଶୟନ କକ୍ଷ ସହିତ ଏହି ବିଳାସପୂର୍ଣ୍ଣ ଭିଲ୍ଲାର ମୂଲ୍ୟ ହେଉଛି ୩୩ କୋଟି। ପ୍ରୀତି ଏବଂ ଜେନଙ୍କ ବିଳାସପୂର୍ଣ୍ଣ ଘରେ ଇଣ୍ଡୋ-ପାଶ୍ଚାତ୍ୟ ସାଜସଜ୍ଜା ଦେଖିବାକୁ ମିଳେ। ଖ୍ରୀଷ୍ଟମାସ ଦିନ ସେ ନିଜ ଘରକୁ ବହୁତ ସୁନ୍ଦର ଭାବରେ ସଜାଇ ଥିଲେ। ସେ ସୋସିଆଲ ମିଡିଆରେ ତାଙ୍କ ଘରର ସାଜସଜ୍ଜାର ଫଟୋ ଏବଂ ଭିଡିଓ ଶେୟାର କରିଥିଲେ। ଯଦିଓ ପ୍ରୀତି ଏବେ ତାଙ୍କ ବିଦେଶୀ ସ୍ବାମୀଙ୍କ ସହ ଆମେରିକାରେ ରୁହନ୍ତି, ତଥାପି ସେ ତାଙ୍କ ଘରେ ପ୍ରତ୍ୟେକ ଭାରତୀୟ ପର୍ବ ପାଳନ କରନ୍ତ। ଖ୍ରୀଷ୍ଟମାସ ହେଉ କିମ୍ବା ଦିପାବଳୀ ହେଉ, ପ୍ରୀତି ବିଳାସପୂର୍ଣ୍ଣ ଘର ଆଲୋକରେ ସଜ୍ଜାଇ ଥାନ୍ତି।

Share