‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଫିଲ୍ମ ‘ପୁଷ୍ପା’ର ସଫଳତା ପରଠାରୁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସର୍ବଦା ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଆଲ୍ଲୁଙ୍କ ଅଭିନୟ କୋଟ କୋଟି ଲୋକଙ୍କ ହୃଦୟକୁ ଛୁଇଁଛି। ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଭଲ ପାଉଥିବା ଆଲ୍ଲୁ ଅନେକ ମୂଲ୍ୟବାନ ଜିନିଷ ଅଛି ଯାହା କୌଣସି ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ପରି।
ଭ୍ୟାନିଟି ଭ୍ୟାନ: ଅଲ୍ଲୁ ଅର୍ଜୁନ କଳା ରଙ୍ଗ ବହୁତ ପସନ୍ଦ କରନ୍ତି। ନୂଆ ଭ୍ୟାନିଟି ଭ୍ୟାନ ନେବା ପରେ ସେ ଏହାକୁ କଳା ରଙ୍ଗର ଲେପ ଦେଇଥିଲେ। ତାଙ୍କ ନାମର ପ୍ରଥମ ଅକ୍ଷର ଏ। ତେଣୁ ଭ୍ୟାନିଟି ଭ୍ୟାନ୍‌ ଉପରେ ଏଏ ଲେଖାଯାଇଥିଲ। ଅଲ୍ଲୁଙ୍କ ଭ୍ୟାନିଟି ଭ୍ୟାନର ମୂଲ୍ୟ ୭ କୋଟି ଟଙ୍କା ରହିଛି।

ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦ ଘର: ଅଲ୍ଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଘର ଏକ ସ୍ବର୍ଗଠାରୁ କମ ନୁହେଁ। ଏହାର ଭୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା।

ବିଳାସପୂର୍ଣ୍ଣ କାର: ଅଲ୍ଲୁ ଅର୍ଜୁନଙ୍କ ବହୁ ବିଳାସପୂର୍ଣ୍ଣ ଗାଡି ଅଛି। ଅଲ୍ଲୁଙ୍କର ଏକ ହାମର ଏଚ୍‌୨ ଅଛି। ଯାହାର ମୂଲ୍ୟ ୭୫ ଲକ୍ଷ ଅଟେ। ରେଞ୍ଜ ରୋଭର, ମର୍ସିଡିଜ ୨୦୦ ସିଡିଆଇ ଭଳି ଦାମୀ ଗାଡି ରହିଛି।
ଅଲ୍ଲୁ ଅର୍ଜୁନଙ୍କ ବାର୍ଷିକ ଆୟ ୩୨ କୋଟି ଟଙ୍କା ଅଟେ। ଏଥି ସହିତ, ତାଙ୍କ ସମ୍ପତ୍ତି ୩୫୦ କୋଟି ଟଙ୍କା। ଏକ ଫିଲ୍ମ ପାଇଁ ସେ ୧୫ କୋଟି ଟଙ୍କା ନିଅନ୍ତି। ଏଥିସହ ସେ ଏକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ପ୍ରାୟ ୩ କୋଟି ଟଙ୍କା ନେଇଥାନ୍ତି।

Share