Categories: ଖେଳ

ଧୋନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ ଖେଳୁଛନ୍ତି। ୨୦୨୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଥିଲା। ଭାରତ ଟି -୨୦ ବିଶ୍ୱକପ, ଦିନିକିଆ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତାଇଥିବା ଅଧିନାୟକ ଧୋନୀ କେବଳ କ୍ରିକେଟ ପଡ଼ିଆର ହିରୋ ନୁହଁନ୍ତି, ସେ ପଡ଼ିଆ ବାହାରେ ମଧ୍ୟ ସମାନ ଭାବରେ ପ୍ରସିଦ୍ଧ।
କ୍ରିକେଟ୍‌ ଏବଂ ବିଜ୍ଞାପନରୁ ଧୋନୀ କୋଟି କୋଟି ଟଙ୍କା ଆୟ କରନ୍ତି। ତାଙ୍କ ମୋଟ ସମ୍ପତ୍ତି ୧୦୦୦ କୋଟିରୁ ଅଧିକ। ଆଇପିଏଲର ପ୍ରଥମ ସିଜନରେ ସର୍ବାଧିକ ଖେଳାଳି ହୋଇଥିବା ଧୋନୀ ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ଦରମା ଭାବରେ ୧୨ କୋଟି ଟଙ୍କା ପାଇଛନ୍ତି। ଏହା ବ୍ୟତୀତ ସେ ବିଭିନ୍ନ ବ୍ୟବସାୟରେ ବିନିଯୋଗ କରି ନିଜର ମୂଲ୍ୟ ବୃଦ୍ଧି କରିଛନ୍ତି। ଧୋନୀଙ୍କ ସମ୍ପତ୍ତି ମୂଲ୍ୟ ୧୦୭୦ କୋଟି ଟଙ୍କା।
ଧୋନୀ ପ୍ରତି ମାସରେ ୪ କୋଟି ଟଙ୍କା ରୋଜଗାର କରୁଥିବା ଜଣାପଡିଛି। ସେ ବର୍ଷକୁ ପ୍ରାୟ ୫୦ କୋଟି ଟଙ୍କା ରୋଜଗାର କରନ୍ତି।

Share