କଙ୍ଗନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ‘ଲକ୍ଷ୍ମୀବାଇ’ କଙ୍ଗନା ରାଣାୱତ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। କଙ୍ଗନା ୨୩ ମାର୍ଚ୍ଚ ୧୯୮୭ରେ ହିମାଚଳ ପ୍ରଦେଶର ମାଣ୍ଡି ଜିଲାର ଭାମବାଲାଠାରେ ଜନ୍ମଗ୍ରହଣ କରିଥିଲେ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ୧୬ ବର୍ଷ ବୟସରେ ଘରୁ ବାହାରି ଆସିଥିଲେ। ବଲିଉଡରେ ସେ ଆରମ୍ଭରେ ବହୁତ ସଂଘର୍ଷ କରିଥିଲେ। ଏହା ପରେ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ ତାଙ୍କୁ ନୂତନ ପରିଚୟ ଦେଇଥିଲା। ଏକଦା ବଲିଉଡରେ କାମ ପାଇଁ ସଂଘର୍ଷ କରୁଥିବା କଙ୍ଗନା ଆଜି କୋଟି କୋଟି ଟଙ୍କାର ମାଲିକାଣୀ।
କଙ୍ଗନାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୨୪ କୋଟି ଟଙ୍କା ଅଟେ। କଙ୍ଗନା ପ୍ରତି ମାସରେ ୧ କୋଟିରୁ ଅଧିକ ରୋଜଗାର କରନ୍ତି। ତାଙ୍କର ବାର୍ଷିକ ଆୟ ପ୍ରାୟ ୧୫ କୋଟି। କଙ୍ଗନା ଗୋଟିଏ ଚଳଚ୍ଚିତ୍ର ପାଇଁ ପ୍ରାୟ ୧୫ ରୁ ୧୭ କୋଟି ଟଙ୍କା ନିଅନ୍ତି। ଏଥି ସହିତ କଙ୍ଗନା ଗୋଟିଏ ବିଜ୍ଞାପନ ପାଇଁ ୨ ରୁ ୪ କୋଟି ନେଇଥାଏ। କଙ୍ଗନା ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ ନେଇଛନ୍ତି। ଏହା ସହିତ ସେ ମନାଲିରେ ଏକ ସୁନ୍ଦର ବଙ୍ଗଳା କିଣିଛନ୍ତି। କଙ୍ଗନା ବିଳାସପୂର୍ଣ୍ଣ କାର କିଣିବାକୁ ମଧ୍ୟ ପସନ୍ଦ କରନ୍ତି।

Share