କରୀନା କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ କରୀନା କପୁର ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବେବୋ ନାମରେ ପରିଚିତ କରୀନା ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା କରୀନା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରନ୍ତି। କେବଳ ଏତିକି ନୁହେଁ, ସେ ରୋଜଗାରରେ ତାଙ୍କ ସ୍ବାମୀ ସୈଫ ଅଲି ଖାନଙ୍କୁ ମଧ୍ୟ ଟକ୍କର ଦିଅନ୍ତି। ଫିଲ୍ମ ବ୍ୟତୀତ ସେ ଷ୍ଟେଜ ଶୋ’ ଏବଂ ବିଜ୍ଞାପନରୁ ମଧ୍ୟ ରୋଜଗାର କରନ୍ତି।
ରିଫ୍ୟୁଜି ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିବା କରୀନା, ୪୧୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମାଲିକ ଅଟନ୍ତି। କରୀନା କପୁର ଗୋଟିଏ ୭ରୁ ୮ କୋଟି ଟଙ୍କା ନିଅନ୍ତି। ଏପରିକି ବିଜ୍ଞାପନ ପାଇଁ କରୀନା କୋଟି କୋଟି ଟଙ୍କା ଆଦାୟ କରନ୍ତି।
କରୀନା ମଧ୍ୟ ମହଙ୍ଗା ଗାଡି ଭଲ ପାଆନ୍ତି। ତାଙ୍କର ୧.୪୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ ବେଞ୍ଜ ସହିତ ୯୩ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଡି କ୍ୟୁ୭ କାର୍‌ ଅଛି। କରୀନା ରେଞ୍ଜ ରୋଭର ସ୍ପୋର୍ଟ ଏସୟୁଭି ଏବଂ ଲେକ୍ସସ ଏଲଏକ୍ସ ୪୭୦ର ମାଲିକ ଅଟନ୍ତି, ଯାହାର ମୂଲ୍ୟ ୨.୩୨ କୋଟି ଟଙ୍କା।
କରୀନା କପୁର ବାର୍ଷିକ ପ୍ରାୟ ୭୩ କୋଟି ଟଙ୍କା ରୋଜଗାର କରନ୍ତି। ସେ ମୁମ୍ବାଇରେ ସ୍ବାମୀ ସୈଫ ଅଲି ଖାନଙ୍କ ଘରେ ରୁହନ୍ତି, କିନ୍ତୁ ମୁମ୍ବାଇରେ ତାଙ୍କର ଅଛି ୪.୨ କୋଟି ଟଙ୍କା ଏବଂ ପ୍ରାୟ ୬ କୋଟି ଟଙ୍କା ମୂଲ୍ୟର ଦୁଇଟି ବଙ୍ଗଳା ରହିଛି। ସ୍ବିଜରଲ୍ୟାଣ୍ଡରେ ମଧ୍ୟ ତାଙ୍କର ଏକ ଘର ଅଛି।

Share