ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ ଆଜି ୭୨ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୫ରେ ଡେବ୍ୟୁ କରିଥିବା ରଜନୀକାନ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସାଉଥ୍‌ରେ, ପ୍ରଶଂସକମାନେ ଭଗବାନଙ୍କ ପରି ରଜନୀକାନ୍ତଙ୍କୁ ପୂଜା କରନ୍ତି ଏବଂ ଉତ୍ସାହର ସହିତ ତାଙ୍କ ଫିଲ୍ମକୁ ଅପେକ୍ଷା କରନ୍ତି।
ଅନେକ ବର୍ଷ ହେବ ଫିଲ୍ମରେ କାମ କରିଥିବା ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪୩୦ କୋଟିରୁ ଅଧିକ। ଫୋର୍ବସ ଅନୁଯାୟୀ, ବାର୍ଷିକ ଆୟ ୫୦ କୋଟି ସହିତ ଏହି ଅଭିନେତା ୧୪ତମ ସ୍ଥାନରେ ରହିଥିଲେ। ତାଙ୍କ ଆଗାମୀ ଫିଲ୍ମ ଜେଲର ପାଇଁ ସେ ୧୫୦ କୋଟି ଟଙ୍କା ଦାବି କରିଛନ୍ତି।
ଚେନ୍ନାଇର ପୋଏସ୍‌ ଗାର୍ଡେନ ପଡ଼ିଆରେ ରଜନୀକାନ୍ତଙ୍କର ଏକ ବଡ଼ ମହଲ ଅଛି। ଏହାର ମୂଲ୍ୟ ୩୫ କୋଟି ଟଙ୍କା। ରଜନୀକାନ୍ତ ମହଙ୍ଗା କାରର ସଉକ। ତାଙ୍କର ୧୬.୫ କୋଟି ମୂଲ୍ୟର ଏକ ରୋଲ୍ସ ରଏସ ଫାଣ୍ଟମ ଏବଂ ୬ କୋଟି ମୂଲ୍ୟର ରୋଲ୍ସ ରଏସ ଘୋଷ୍ଟ ଅଛି। ଏହାସହ ତାଙ୍କର ବିଏମଡବ୍ଲୁ ଏକ୍ସ୫, ଯାହାର ମୂଲ୍ୟ ୬୭.୯୦ ଲକ୍ଷ। ୨.୫୫ କୋଟି ମୂଲ୍ୟର ମର୍ସିଡିଜ-ବେଞ୍ଜ ଜି ୱାଗନ, ଲମ୍ବୋର୍ଗିନି ୟୁରସ, ଯାହାର ମୂଲ୍ୟ ୩.୧୦ କୋଟି ବୋଲି ଜଣାପଡିଛି।

Share