ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ରଣବୀର କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଇଣ୍ଡଷ୍ଟିରେ ସେ ଚକୋଲେଟ ବଏ ଭାବରେ ଜଣାଶୁଣା। ସେ ୨୦୦୭ରେ ଚଳଚ୍ଚିତ୍ର ‘ସାୱରିଆ’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ୧୭ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍‌ କରୁଛନ୍ତି। ରଣବୀରଙ୍କ ପ୍ରଥମ ପାରଶ୍ରମିକ ୨୫୦ ଟଙ୍କା ଥିଲା ଏବଂ ଆଜି ସେ କୋଟି କୋଟି ଟଙ୍କା।
ରଣବୀର ପ୍ରଖ୍ୟାତ ଋଷି କପୁରଙ୍କ ଏକମାତ୍ର ପୁଅ। ତେଣୁ ଏଥିରୁ ସ୍ପଷ୍ଟ ଯେ ତାଙ୍କ ପାଖରେ କୋଟି କୋଟି ସମ୍ପତ୍ତି ଅଛି। ରଣବୀରଙ୍କ ସମ୍ପତ୍ତି ମୂଲ୍ୟ ୩୩୦ କୋଟି ଟଙ୍କା। ସେ ଅଭିନୟ ସହ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ରୋଜଗାର କରନ୍ତି। ଗୋଟିଏ ବ୍ରାଣ୍ଡ ପାଇଁ ଫି’ ଭାବରେ ପ୍ରାୟ ୬ କୋଟି ଟଙ୍କା ଚାର୍ଜ କରନ୍ତି। ସେ ଗୋଟିଏ ମାସରେ ୩ କୋଟି ଟଙ୍କା ରୋଜଗାର କରିଛନ୍ତି। ରଣବୀର ବିଳାସପୂର୍ଣ୍ଣ ଘରେ ବାସ କରନ୍ତି। ସେ ବର୍ତ୍ତମାନ ରହୁଥିବା ଘରର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା। ରଣବୀର ମଧ୍ୟ ଦାମୀ କାରକୁ ଭଲ ପାଆନ୍ତି। ତାଙ୍କ ପାଖରେ ୨.୪୭ କୋଟି ଟଙ୍କା ମୂଲ୍ୟର ଅଡି ଆର୍‌୮ ଭି୧୦ ଏବଂ ୨.୦୪ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଜି୬୩ ଏଏମ୍‌ଜି ଅଛି। କେବଳ ଏତିକି ନୁହେଁ, ରଣବୀର କପୁରଙ୍କ ପାଖରେ ରେଞ୍ଜ ରୋଭର ସ୍ପୋର୍ଟ ଏବଂ ଅଡ଼ି ଏ ୮ ଭଳି ଦାମୀ କାର ମଧ୍ୟ ଅଛି। ଯାହାର ମୂଲ୍ୟ ପାଖାପାଖି ୧.୫୧ କୋଟି ଏବଂ ୧.୧୨ କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କର ଅନେକ ଦାମୀ କାର ମଧ୍ୟ ଅଛି।

Share