ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ରଣବୀର ସିଂଙ୍କ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନୟ ସହିତ ରଣବୀର ମଧ୍ୟ ତାଙ୍କର ଫ୍ୟାଶନ ପାଇଁ ବେଶ୍‌ ଚର୍ଚ୍ଚିତ। ସେ ଖୁବ କମ ସମୟ ମଧ୍ୟରେ ବଲିଉଡରେ ନିଜ ଛାପ ଛାଡିଥିଲେ। ଅଭିନୟ ମାଧ୍ୟମରେ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି।
ରଣବୀରଙ୍କୁ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କଳାକାରଙ୍କ ମଧ୍ୟରେ ଗଣାଯାଏ। ଗୋଟିଏ ଫିଲ୍ମ ପାଇଁ ସେ ୧୦ ରୁ ୧୨ କୋଟି ଟଙ୍କା ଚାର୍ଜ କରନ୍ତି। ଏହା ବ୍ୟତୀତ ସେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି। ସେ ମୋଟ ୩୦ ମିଲିୟନ ଡଲାର ଅର୍ଥାତ୍‌ ୨୪୦ କୋଟି ଟଙ୍କା ମାଲିକ ଅଟନ୍ତି।
ଗୋଆରେ ରଣବୀରଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ଅଛି, ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ବୋଲି କୁହାଯାଉଛି। ଏହା ବ୍ୟତୀତ ମୁମ୍ବାଇରେ ୧୫ କୋଟି ଫ୍ଲାଟ ଅଛି। ନିକଟରେ ସେ ଶାହରୁଖ ଖାନଙ୍କ ମନ୍ନତ ପାଖରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି, ଯାହାର ମୂଲ୍ୟ ପ୍ରାୟ ୧୧୯ କୋଟି ବୋଲି କୁହାଯାଉଛି। ଏହା ବ୍ୟତୀତ ରଣବୀର ବିଳାସପୂର୍ଣ୍ଣ ଗାଡିକୁ ମଧ୍ୟ ଭଲ ପାଆନ୍ତି। ଜାଗୁଆର ଏକ୍ସଏଲ୍‌ଜେ, ମର୍ସିଡିଜ ବେଞ୍ଜ ଇ କ୍ଲାସ, ମର୍ସିଡିଜ ମାୟାବାକ ଜିଏଲ୍‌ଏସ୍‌ ୬୦୦, ଲମ୍ବୋର୍ଗିନି, ଟୟୋଟା ଲ୍ୟାଣ୍ଡ କ୍ରୁଜର ଭଳି ଦାମୀ କାର୍‌ ତାଙ୍କର ଅଛି। ଏହା ବ୍ୟତୀତ ଅଭିନେତା ଦାମୀ ଜୋତାକୁ ମଧ୍ୟ ଭଲ ପାଆନ୍ତି। ସୂଚନା ଅନୁଯାୟୀ, ପ୍ରତ୍ୟେକ ବ୍ରାଣ୍ଡର ୧୦୦୦ରୁ ଅଧିକ ଜୋତା ଅଛି। ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା।

Share