ସୋନୁ ସୁଦଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତା ସୋନୁ ସୁଦ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଉଭୟ ହିନ୍ଦୀ ଏବଂ ଦକ୍ଷିଣ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ଭାବେ ଜଣାଶୁଣା ସୋନୁ ନିଜ ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ହୁଏତ ଚଳଚ୍ଚିତ୍ରରେ ହିରୋ ହୋଇ ନ ଥିବେ କିନ୍ତୁ ସେ ବାସ୍ତବ ଜୀବନରେ ପ୍ରକୃତ ହିରୋ। ତାଙ୍କୁ ଗରିବଙ୍କ ହିରୋ କୁହାଯାଏ। କରୋନା ପରଠାରୁ ସୋନୁ ଦେଶ ତଥା ସାମାଜିକ ସେବାରେ ନିଜକୁ ନିୟୋଜିତ କରିଛନ୍ତି।
ସୋନୁ ସୁଦ ‘ଏକ ବିବାହ ଐସି ଭୀ …’, ‘ଦବଙ୍ଗ’, ‘ଆଶିକ ବନାୟା ଆପନେ’ ଭଳି ଅନେକ ହିଟ ଫିଲ୍ମରେ କାମ କରିଛନ୍ତି। ସେ ଅନେକ ସାଉଥ ବ୍ଲକବଷ୍ଟର ଚଳଚ୍ଚିତ୍ରର ଏକ ଅଂଶ ମଧ୍ୟ ହୋଇଛନ୍ତ। ଯଦିଓ ସେ ହିରୋ ହେବା ପାଇଁ ମୁମ୍ବାଇ ଆସିଥିଲେ, କିନ୍ତୁ ସେ ଅଧିକ ଭିଲେନ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପିତା ସୋନୁ ସୁଦଙ୍କୁ ଇଞ୍ଜିନିୟରିଂ କରିବା ପାଇଁ ମୁମ୍ବାଇ ପଠାଇଥିଲେ ଏବଂ ସେ ଅଭିନୟ ଏବଂ ମଡେଲିଂରେ ପ୍ରବେଶ କରିଥିଲେ। ପକେଟରେ ମାତ୍ର ୫ ହଜାର ଟଙ୍କା ନେଇ ମୁମ୍ବାଇ ଆସିଥିବା ସୋନୁ ସୁଦ ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି। ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୨ ରୁ ୩ କୋଟି ଟଙ୍କା ନିଅନ୍ତି।
ଅଭିନେତା ଆଜି ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ସୋନୁ କେବଳ ଚଳଚ୍ଚିତ୍ରରୁ ନୁହେଁ, ବିଜ୍ଞାପନ ଏବଂ ସୋସିଆଲ ମିଡିଆରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି। ସୋନୁଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରାୟ ୧୩୫ କୋଟି ଟଙ୍କା ବୋଲି କୁହାଯାଉଛି।

Share