ଶର୍ମିଲା ଟାଗୋରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ଆଜି ୭୮ ବର୍ଷରେ ପଦାର୍ପଣ କରିଛନ୍ତି। କଶ୍ମୀର କି କଲି, ଅମର ପ୍ରେମ, ଆରାଧନା ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଶର୍ମିଲା ଆନ୍ଧ୍ରପ୍ରଦେଶର ଏକ ହିନ୍ଦୁ ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ। ସେ ଭାରତୀୟ କ୍ରିକେଟର ତଥା ପଟୌଦି ରାଜବଂଶର ନବାବ ମନନସୁର ଅଲି ଖାନଙ୍କୁ ବିବାହ କରିଥିଲେ। ଶର୍ମିଲା ଧର୍ମେନ୍ଦ୍ରଙ୍କ ସହ ଅନେକ ହିଟ ଫିଲ୍ମ ଦେଇଛନ୍ତି।
ନବାବ ପଟୌଦିଙ୍କ ମୃତ୍ୟୁ ପରେ ଶର୍ମିଲା ଟାଗୋର ୨୭୦୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏହି ସମ୍ପତ୍ତି ମୁଖ୍ୟତଃ ରାଜପ୍ରସାଦ ଏବଂ ମହଲକୁ ନେଇ ଗଠିତ, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଏ। ତାଙ୍କ ସମ୍ପତ୍ତି ଝିଅ ସବା ଅଲି ଖାନ ସମ୍ଭାଳନ୍ତି। ସାରା ଦେଶରେ ପଟୌଦି ବଂଶର ଅନେକ ପ୍ରାସାଦ ଏବଂ ଜମି ଅଛି।
ଶର୍ମିଲା ଟାଗୋର ଏବଂ ମନସୁର ଅଲି ଖାନ ପଟୌଦିଙ୍କ ପ୍ରେମ କାହାଣୀ ନିଆରା ଥିଲା। ଉଭୟଙ୍କ ପରିବାର ସେମାନଙ୍କ ବିବାହ ପାଇଁ ପ୍ରସ୍ତୁତ ନ ଥିଲେ। କାରଣ ଶର୍ମିଲା ଖୋଲା ମନୋଭାବ ଏବଂ ଆଧୁନିକା ହୋଇଥିବାବେଳେ ପଟୌଦି ନବାବୀ ପରିବାରର ଥିଲେ। ପରିଶେଷରେ ଉଭୟ ନିଜ ପରିବାରକୁ ମନାଇବାରେ ସକ୍ଷମ ହୋଇଥିଲେ ଏବଂ ୧୯୬୮ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଶର୍ମିଲାଙ୍କ ନାମ ବେଗମ ଆୟେଶା ସୁଲତାନ ରଖାଯାଇଥିଲା।
ବିବାହ ପରେ ମଧ୍ୟ ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ଦେଇଥିଲେ। ‘କଶ୍ମୀର କି କଳି’, ‘ୱକ୍ତ’, ‘ଅନୁପମା’, ‘ଦେବର୍‌’, ‘ସାୱନ କି ଘଟା’, ‘ନାୟକ’, ‘ଆମ୍‌ନେ ସାମ୍‌ନେ’, ‘ଆରାଧନା’, ‘ଆବିଷ୍କାର’, ‘ଅମର ପ୍ରେମ’, ‘ସଫର’, ‘ଛୋଟି ବାହୁ’, ‘ଦାଗ’, ‘ସୁହାନା ସଫର’, ‘ତଲାଶ’, ‘ଶାନଦାର’, ‘ସୈତାନ’, ‘ମୌସମ’, ‘ଡାକ ଘର’ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ।

Share