ନୂଆଦିଲ୍ଲୀ,୨୧।୨: ଲୋକେ ନିବେଶ ପାଇଁ ଜମି କିମ୍ବା ଘର କିଣୁଥିବାର ନିଶ୍ଚୟ ଦେଖିଥିବେ। ସମ୍ପତ୍ତି କିମ୍ବା ଜମିରେ ନିବେଶ କରେ ଏବେ ପ୍ରଚଳିତ ନୁହେଁ ବରଂ ବହୁ ପ୍ରାଚୀନ କାଳରୁ ଏହା ଜାରି ରହିଛି। ଭାରତରେ ଲୋକେ ନିଜର ଅଧିକ ପୁଞ୍ଜି ବିନିଯୋଗ ଜମି କିଣିବାରେ କରୁଛନ୍ତି।
କିନ୍ତୁ ଭାରତରେ ଜଣେ ବ୍ୟକ୍ତି କେତେ ପରିମାଣରେ ଜମି ରଖିପାରିବେ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଜାଣି ରଖନ୍ତୁ ନଚେତ୍ ସରକାରଙ୍କ ଏହି ନିୟମ ଦ୍ୱାରା ଆପଣଙ୍କୁ ଜେଲ୍ ହୋଇପାରେ। ଜଣେ ବ୍ୟକ୍ତି ନିଜ ପାଖରେ କେତେ ଜମି ରଖିପାରିବେ କିମ୍ବା କିଣି ପାରିବେ? କିମ୍ବା ନିଜ ସୀମାଠାରୁ କେତେ ଅଧିକ ଜମି ଧାରଣ କରିବେ। ଜାଣନ୍ତୁ…
ଭାରତ ସରକାରଙ୍କ ଜମି ଅଧିଗ୍ରହଣକୁ ନେଇ ଏପରି ଏକ ନିୟମ ରହିଛି ଯେଉଁଠି କ୍ଷମତା ଅନୁଯାୟୀ ଅଧିକ ଜମି ରଖିଲେ ଆପଣଙ୍କୁ ଜେଲ୍ ହୋଇପାରେ। ସୁନା, ରୂପା ଏବଂ ଟଙ୍କା ପରି ନିଜ ପାଖରେ ଜମି ରଖିବା ପାଇଁ ଏକ ସୀମା ଧାର୍ଯ୍ୟ କରାଯାଇଛି। ଯଦି ଆପଣ କ୍ଷମତାଠାରୁ ଅଧିକ ଜମି ରଖୁଥା’ନ୍ତି ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଭାରତରେ କେତେ ଏକରର କୃଷି ଜମି ରଖୁଛନ୍ତି ସେ ସମ୍ବନ୍ଧରେ କୌଣସି ନିୟମ ନାହିଁ। କିନ୍ତୁ, ଦେଶର ପ୍ରତ୍ୟେକ ରାଜ୍ୟରେ ଜମି ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇଛି। ଏପରି କଦାପି ନୁହେଁ ଯେ ଆପଣ ୧୦୦ ଏକର କିମ୍ବା ୧୦୦୦ ଏକର ଜମି କିଣି ନିଜେ ରଖିପାରିବେ । ଦେଶରେ ଜମି କ୍ରୟ ପାଇଁ କ୍ଷମତା ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଅଟେ। ସମଗ୍ର ଦେଶରେ ଜମି ଅଧିଗ୍ରହଣ ପାଇଁ କୌଣସି ସମାନ ନିୟମ ନାହିଁ ।
Orissa Land Reforms (Amendment) Act of 1974 ଅନୁଯାୟୀ ୫ସଦସ୍ୟଙ୍କ କିମ୍ବା ତା’ ଠାରୁ କମ୍ ସଦସ୍ୟ ପରିବାର ୧୦ଏକର ଜମି ରଖିପାରିବେ। କିନ୍ତୁ ୫ସଦସ୍ୟରୁ ଅଧିକ ପରିବାର ହେଲେ ୧୮ଏକର ଜମି ରଖିପାରିବେ। ଓଡିଶାରେ ସହରମାନଙ୍କରେ ଜଣେ ବ୍ୟକ୍ତିଙ୍କ ପାଖରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ଲଟ୍ ଥିଲେ ସେ ଆଉ କୌଣସି ଦ୍ୱିତୀୟ ପ୍ଲଟ କିଣିପାରିବେ ନାହିଁ। କିନ୍ତୁ ବେସରକାରୀ କମ୍ପାନୀମାନେ ସହରୀ ଇଲାକାରେ ୧୦୦ଏକରର ଜମି କିଣି ପାରିବେ।
କେରଳରେ, ଜମି ସଂଶୋଧନ ଅଧିନିୟମ ୧୯୬୩ ଅନୁଯାୟୀ, ଜଣେ ଅବିବାହିତ ବ୍ୟକ୍ତି କେବଳ ୭.୫ ଏକର ପର୍ଯ୍ୟନ୍ତ ଜମି କିଣି ପାରିବେ। ଏଥିସହ ୫ସଦସ୍ୟଙ୍କ ପରିବାର ୧୫ ଏକର ପର୍ଯ୍ୟନ୍ତ ଜମି କିଣି ପାରିବେ। ମହାରାଷ୍ଟ୍ରରେ ଚାଷ ଯୋଗ୍ୟ ଜମି କେବଳ ସେହିମାନଙ୍କ ଦ୍ୱାରା କିଣାଯିବ ଯେଉଁମାନେ ପୂର୍ବରୁ ଚାଷ କରୁଛନ୍ତି। ଏଠାରେ ଜଣେ ସର୍ବାଧିକ ୫୪ ଏକର ଜମି କିଣିପାରିବେ। ପଶ୍ଚିମବଙ୍ଗରେ ସର୍ବାଧିକ ୨୪.୫ ଏକର ଜମି କ୍ରୟ କରାଯାଇପାରିବ। ସେହିପରି ବିହାରରେ ଆପଣ ୧୪ ଏକର ପର୍ଯ୍ୟନ୍ତ କୃଷି ଜମି କିଣି ପାରିବେ।
ହିମାଚଳ ପ୍ରଦେଶରେ ୩୨ ଏକର ଜମି କ୍ରୟ କରାଯାଇପାରିବ। କର୍ନାଟକରେ ୫୪ ଏକର ଜମି କିଣି ପାରୁଥିବାବେଳେ ମହାରାଷ୍ଟ୍ରରେ ମଧ୍ୟ ସମାନ ନିୟମ ପ୍ରଯୁଜ୍ୟ। ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ସର୍ବାଧିକ ୧୨.୫ ଏକର ଚାଷ ଜମି କିଣି ପାରିବେ। ସ୍ଥାନୀୟ ବାସିନ୍ଦା, ଆଦିବାସୀ ଜମି, ଲାଲ ଡୋରା ଜମି, ଅନେକ ପ୍ରକାରର ଜମି ସରକାରଙ୍କ ପାଖରେ ଅଛି, ଯାହା ଉପରେ ରାଜ୍ୟ ସରକାରଙ୍କୁ ଅଧିକାର ଦିଆଯାଇଛି।
ଯଦି ଆପଣଙ୍କର ଧାର୍ଯ୍ୟ ସୀମାଠାରୁ ଅଧିକ ଜମି ରଖୁଛନ୍ତି ତେବେ ଧାରା ୧୪୧ ଅନୁଯାୟୀ ଅତିରିକ୍ତ ଜମିକୁ ସରକାର ନିଜ ଅକ୍ତିଆରକୁ ଆଣି ପାରନ୍ତି। ଯଦି ଏଥିପାଇଁ ଆପଣ ଜରିମାନା ନ ଦିଅନ୍ତି ତେବେ ଆପଣଙ୍କ ପାଖରେ ଥିବା ସବୁ ଜମି ସରକାରଙ୍କ ପାଖକୁ ଚାଲିଯିବ।