କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି। ଫର୍ଚୁନ ଇଣ୍ଡିଆ ଅନୁଯାୟୀ, ଶାହାରୁଖ ୯୨ କୋଟି ଡଲାରର ଟ୍ୟାକ୍ସ ଦେଇଛନ୍ତି। କିଙ୍ଗ ଖାନଙ୍କ ପରେ ବିଜୟ ଥଲାପଥି ୮୦ କୋଟି ଟ୍ୟାକ୍ସ ଏବଂ ସଲମାନ ଖାନ ୭୫ କୋଟି ଟ୍ୟାକ୍ସ ଦେଇଛନ୍ତି। ବଲିଉଡ ଅଭିନେତା ଶାହାରୁଖ ଖାନ ଅମିତାଭ ବଚ୍ଚନ ଏବଂ ସଲମାନ ଖାନଙ୍କୁ ଟିକସ ଦେବାରେ ପଛରେ ପକାଇ ଦେଇଛନ୍ତି।

ଫର୍ଚୁନ ଇଣ୍ଡିଆ ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବାଧିକ ଟିକସ ଦେଇଥିବା ଭାରତୀୟ ସେଲିବ୍ରିଟଙ୍କ ତାଲିକା ପ୍ରକାଶ କରିଛି।

ଶାହାରୁଖ ଖାନ
ଶାହାରୁଖ ଖାନ ଭାରତରେ ସର୍ବାଧିକ ଟିକସ ଦେଉଥିବା ସେଲିବ୍ରିଟି ହୋଇଛନ୍ତି। ଏହି ଅଭିନେତା ୨୦୨୪ରେ ୯୨ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

ଥଲାପଥି ବିଜୟ
ଶାହାରୁଖ ଖାନଙ୍କ ପରେ ସାଉତ୍‌ ସୁପରଷ୍ଟାର ଥଲାପଥି ବିଜୟ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଚଳିତ ବର୍ଷ ୮୦ କୋଟି ଟଙ୍କା ଟିକସ ଦେଇଛନ୍ତି।

ସଲମାନ ଖାନ
‘ଦବାଙ୍ଗ’ ଅଭିନେତା ସଲମାନ ଖାନ ତୃତୀୟ ସ୍ଥାନରେ ଅଛନ୍ତି। ସେ ୭୫ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

ଅମିତାଭ ବଚ୍ଚନ
ମେଗାଷ୍ଟାର ଅମିତାଭ ବଚ୍ଚନ ୭୧ କୋଟି ଟଙ୍କା ଟ୍ୟାକ୍ସ ପ୍ରଦାନ କରିଛନ୍ତି। ଏବଂ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି।

ଅଜୟ ଦେବଗନ ୪୨ କୋଟି ଟଙ୍କା ଟ୍ୟାକ୍ସ ଦେଇଥିବାବେଳେ ରଣବୀର କପୁର ୩୬ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି। ଅଭିନେତା ହ୍ରିତିକ ରୋଶନ ୨୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛନ୍ତି।

Share