ଏପିସୋଡ ପିଛା ମୋଟା ଅଙ୍କର ପାଉଣା ନେଇଥାନ୍ତି ‘ଅନୁପମା’; ବନରାଜ-ଅନୁଜଙ୍କଠାରୁ ବି ଢେର ଅଧିକ…

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ‘ଅନୁପମା’ ଧାରାବାହିକ ବେଶ ଲୋକପ୍ରିୟ। ଏଥିରେ ମୁଖ୍ୟ ଚରିତ୍ର ଅନୁପମା ଭୂମିକାରେ ନଜର ଆସୁଛନ୍ତି ରୁପାଲୀ ଗାଙ୍ଗୁଲୀ। ରୁପାଲୀଙ୍କ ଚରିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଧାରାବାହିକଟି ଟିଆର୍‌ପି ତାଲିକା ଶୀର୍ଷରେ ରହିଆସୁଛି। ଏଣୁ ରୁପାଲୀଙ୍କ ଚାହିଦା ଅଧିକ। ଶୋ’ର ଅନ୍ୟ କଳାକାରଙ୍କଠାରୁ ସେ ମୋଟା ଅଙ୍କର ପାଉଣା ନେଇଥାନ୍ତି।

ମନୋରଞ୍ଜନଜଗତରେ ପୁରୁଷ କଳାକାରମାନେ ସାଧାରଣତଃ ମହିଳା କଳାକାରଙ୍କଠାରୁ ଅଧିକ ପାଉଣା ନେଇଥାନ୍ତି। ହେଲେ ଏବେ ଏହି ଧାରାରେ ଧିରେଧିରେ ପରିବର୍ତ୍ତନ ହେଉଛି। ଚରିତ୍ରକୁ ନେଇ ଅଭିନେତ୍ରୀଙ୍କୁ ଅଧିକ ପାଉଣା ମିଳିବାର ଅନେକ ଉଦାହରଣ ରହିଛି। ରୁପାଲୀ ମଧ୍ୟ ସାଥୀ କଳାକାରଙ୍କଠାରୁ ଅଧିକ ଫିସ୍‌ ନେଇଥାନ୍ତି।

ଧାରାବାହିକର ଗୋଟିଏ ଏପିସୋଡ ପାଇଁ କଥିତ ଭାବେ ୬୦ ହଜାର ଟଙ୍କା ନେଇଥାନ୍ତି। ସେହିଭଳି ବନରାଜ ଚରିତ୍ରରେ ନଜର ଆସୁଥିବା ସୁଧାଂଶୁ ପାଣ୍ଡେ ଏପିସୋଡ ପିଛା ୫୦ ହଜାର ନେଇଥାନ୍ତି। ଶୋ’ରେ ଖଳନାୟିକା ଭାବେ ନଜର ଆସୁଥିବା ଲୋକପ୍ରିୟ କାବ୍ୟା ଗୋଟିଏ ଏପିସୋଡ ପାଇଁ ୩୦ ହଜାର ଟଙ୍କା ନେଇଥାନ୍ତି।

Share