Categories: ଖେଳ

କେତେ ଟଙ୍କା ଦରମା ପାଇବେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୦।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଦଳର ନୂତନ ମୁଖ୍ୟ କୋଚ ହୋଇଛନ୍ତି। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ବର୍ତ୍ତମାନ ଅନେକ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠିପାରେ ଯେ ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀର କେତେ ଦରମା ପାଇବେ? ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ତୁଳନାରେ ଗମ୍ଭୀରଙ୍କ ଦରମା ଅଧିକ କିମ୍ବା କମ ହେବ?

ରାହୁଲ ଦ୍ରାବିଡଙ୍କୁ ବାର୍ଷିକ ୧୨ କୋଟି ଟଙ୍କା ଦରମା ପ୍ରଦାନ କରାଯାଉଥିଲା। ଅର୍ଥାତ୍‌ ଗମ୍ଭୀରଙ୍କ ଏକ ମାସର ଦରମା ଥିଲା ୧ କୋଟି ଟଙ୍କା। ଟିମ ଇଣ୍ଡିଆର ମୁଖ୍ୟ କୋଚ ଏକ ଉଚ୍ଚ ପ୍ରୋଫାଇଲ ଚାକିରି, ଯେଉଁଥିପାଇଁ ବିସିସିଆଇ ଭଲ ବେତନ ଦେଇଥାଏ। ଦ୍ରାବିଡ ନଭେମ୍ବର ୨୦୨୧ରୁ ଜୁନ ୨୦୨୪ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରିଥିଲେ। ତେବେ ନୂତନ ମୁଖ୍ୟ କୋଚ ହୋଇଥିବା ଗମ୍ଭୀରଙ୍କ ଦରମା ସମ୍ପର୍କରେ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ରାହୁଲ ଦ୍ରାବିଡଙ୍କ ଅପେକ୍ଷା ତାଙ୍କୁ ଅଧିକ ଦରମା ଦିଆଯିବ ବୋଲି ଅନୁମାନ କରାଯାଉଛି।

ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେବ। ଭାରତୀୟ ଦଳ ଆଜିକାଲି ଜିମ୍ବାୱେ ଗସ୍ତରେ ଅଛନ୍ତି। ଏହା ପରେ ଟିମ ଇଣ୍ଡିଆ ୨୭ ଜୁଲାଇରୁ ୭ ଅଗଷ୍ଟ ମଧ୍ୟରେ ଶ୍ରୀଲଙ୍କା ଗସ୍ତରେ ୩ ମ୍ୟାଚ ଟି-୨୦ ଏବଂ ୩ମ୍ୟାଚ ଦିନିକିଆ ସିରିଜ ଖେଳିବ। ଗମ୍ଭୀର ଏହି ସିରିଜରୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିବେ। ଗମ୍ଭୀରଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୭ ପର୍ଯ୍ୟନ୍ତ ଚାଲିବ। ଗମ୍ଭୀରଙ୍କ କୋଚିଂ କାର୍ଯ୍ୟକାଳ ମଧ୍ୟରେ, ୨୦୨୬ ଟି -୨୦ ଏବଂ ୨୦୨୭ ଦିନିକିଆବିଶ୍ୱକପ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇସିସି ଟୁର୍ନାମେଣ୍ଟ ଖେଳିବେ।

Share