ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ ଦଳ ୧୦ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି। ଭାରତ ଶେଷ ଥର ପାଇଁ ୨୦୧୪ରେ ଫାଇନାଲରେ ପହଞ୍ଚିଥିଲା। ମାତ୍ର ଫାଇନାଲରେ ଶ୍ରୀଲଙ୍କା ଦ୍ୱାରା ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏଥର ଟି-୨୦ ମ୍ୟାଚ୍‌ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯାଉଛି। ଏଥିରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ସମସ୍ତଙ୍କୁ ପରାଜିତ କରି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ତେବେ ଶନିବାର ଭାରତ ଓ ଦ.ଆଫ୍ରିକା ମଧ୍ୟରେ ଏକ ଧୂଆଁଧାର ମ୍ୟାଚ୍‌ ଦେଖିବାକୁ ମିଳିବ।

ଟି-୨୦ ଏଥର ଐତିହାସିକ ହେବାକୁ ଯାଉଛି। କାରଣ ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ବିଶ୍ୱକପ ତୁଳନାରେ ଏଥର ସର୍ବାଧିକ ପୁରସ୍କାର ରାଶି ରଖାଯାଇଛି । ଆଇସିସି ଅନୁଯାୟୀ ଟି-୨୦ ବିଶ୍ୱକପର ନବମ ସଂସ୍କରଣ ପାଇଁ ମୋଟ ୧୧.୨୫ ମିଲିୟନ ଆମେରିକୀୟ ଡଲାରର ପାଣ୍ଠି ଆବଣ୍ଟନ କରାଯାଇଛି। ଭାରତୀୟ ଟଙ୍କା ହିସାବରେ ଏହା ପ୍ରାୟ ୯୩.୮୦ କୋଟି ଟଙ୍କା ।

ତେବେ ଆଜିର ଫାଇନାଲ ମ୍ୟାଚ୍‌ରେ ଯେଉଁ ଦଳ ବିଶ୍ୱକପ୍‌ ଜିତିବେ ସେ ୨.୪୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ରାଶି ପାଇବେ। ଯାହା ଭାରତୀୟ ଟଙ୍କାରେ ପ୍ରାୟ ୨୦.୪୨ କୋଟି ଅଟେ। ଏହା ବ୍ୟତୀତ ଏକ ବିଜେତା ଟ୍ରଫି ମଧ୍ୟ ପାଇବେ। ଅନ୍ୟପକ୍ଷରେ ରନର୍ସଅପ ଦଳ ପାଇଁ ମଧ୍ୟ ବିପୁଳ ପୁରସ୍କାର ରାଶି ସ୍ଥିର କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ବିଶ୍ୱକପରେ ପରାଜିତ ଦଳକୁ ମଧ୍ୟ ୧.୨୮ ମିଲିୟନ ଡ଼ଲାର ବା ୧୦.୬୭ କୋଟି ଟଙ୍କା ମିଳିବ।

ତେବେ ଆମେ ଟି-୨୦ ବିଶ୍ୱକପ ବିଜେତା ଏବଂ ରନର୍ସଅପ ବିଷୟରେ କହିଲେ। କିନ୍ତୁ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ପାଇଁ ମଧ୍ୟ ଭଲ ପରିମାଣର ପୁରସ୍କାର ରାଶି ସ୍ଥିର କରାଯାଇଛି। ଉଦାହରଣ ସ୍ବରୂପ, ସେମିଫାଇନାଲରୁ ହଟାଯାଇଥିବା ଦଳ ପାଇଁ ୭୮୭,୫୦୦ ଡଲାରର ପରିମାଣ ସ୍ଥିର କରାଯାଇଛି। ତେଣୁ ସୁପର ୮ରେ ହଟାଯାଇଥିବା ଦଳଗୁଡିକ ୩୮୨,୫୦୦ଡଲାର କିମ୍ବା ୩.୮ କୋଟି ଟଙ୍କା ପାଇବେ। ସେହିଭଳି ନବମରୁ ଦ୍ୱାଦଶ ତମ ସ୍ଥାନରେ ଥିବା ଟିମ୍‌ଙ୍କୁ ୨୪୭,୫୦୦ ଡଲାର କିମ୍ବା ୨.୬ କୋଟି ଟଙ୍କା ମିଳିବ। ସେହିପରି ୧୩ରୁ ୨୦ ତମ ଥିବା ଦଳଗୁଡିକ ୧.୮୭ କୋଟି ଟଙ୍କା ପୁରସ୍କାର ରାଶି ପାଇବେ।

ପୁରସ୍କାର ରାଶି ବ୍ୟତୀତ, ଆପଣ ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ମଧ୍ୟ ଟଙ୍କା ପାଇବେ। ଆଇସିସି ଅନୁଯାୟୀ, ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ଦଳ ୨୬ଲକ୍ଷ ଟଙ୍କା ପାଇବେ। ତେବେ ଏଥିରେ ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ (ଆଇସିସି ଟି -20 ବିଶ୍ୱକପ) ଅନ୍ତର୍ଭୂକ୍ତ କରାଯାଇ ନାହିଁ।

ପ୍ରତ୍ୟେକ ଟୁର୍ନାମେଣ୍ଟର ପୁରସ୍କାର ରାଶି ସ୍ଥିର କରିବାବେଳେ ଆଇସିସି ଅନେକଗଡିଏ ଜିନିଷ ଧ୍ୟାନରେ ରଖିଥାଏ। ସେହି ଟୁର୍ନାମେଣ୍ଟର ରାଇଟ୍ସ ଏବଂ କେତେ ପ୍ରଯୋଜକ ଜଡିତ ତାକୁ ମଧ୍ୟ ଧ୍ୟାନରେ ରଖିଥା’ନ୍ତି। ଡିଜନି ପ୍ଲସ ହଟଷ୍ଟାର ଅନୁଯାୟୀ, ଏଥର ୧୯ ଟି କମ୍ପାନୀ ଟି-୨୦ ବିଶ୍ୱକପରେ ପ୍ରାୟୋଜକ ଅଛନ୍ତି।

 

Share