କାହିଁକି ଟଙ୍କା ଦେଇ ଟୁଇଟର ବ୍ଲୁ ଟିକ କିଣୁଛନ୍ତି ଲୋକେ

ଓ୍ବାଶିଂଟନ,୨୩।୪: ଏଇ କିଛିଦିନ ହେବ ଚର୍ଚ୍ଚାରେ ଥିଲା କି ବଡ ବଡ ଲୋକଙ୍କର ଟୁଇଟରରୁ ବ୍ଲୁ ଟିକକୁ ହଟାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଶାହାରୁଖ ଖଁା,ସଲମାନ ଖାଁ, ସଚ୍ଚିନ ତେନ୍ଦୁଲକର, ଅମିତାଭ ବଚ୍ଚନ ଇତ୍ୟାଦି। ଏଲନ ମସ୍କ ଚାହୁଁଥିଲେ କି ଟଙ୍କା ଦିଅ ଆଉ ବ୍ଲୁ ଟିକ ନିଅ। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ଯେମିତି ଅମିତାଭ ବଚ୍ଚନ ଟଙ୍କା ଦେଇ ବ୍ଲୁ ଟିକ କିଣି ନେଇଛନ୍ତି। ହେଲେ ଏବେବି କେତେଜଣ ଏହାକୁ କିଣି ନ ଥିବା କୁହାଯାଏ। ତେବେ ଏବେବି କେତେଜଣ ସାଧାରଣ ଲୋକଙ୍କର ବ୍ଲୁ ଟିକ ଅପଶନକୁ କିନ୍ତୁ କଟାଯାଇ ନାହିଁ।
କୁହାଯାଉଛି କି କେତେଜଣ ସୌକରେ ବ୍ଲୁ ସବସ୍କ୍ରିପଶନ ନେଇଛନ୍ତି। ହେଲେ ଆଉ କେତେଜଣ ଅନ୍ୟ ମତ ଦେଉଛନ୍ତି। ବ୍ଲୁ ଟିକ ସବସ୍କ୍ରିପଶନ ସହ ଅନ୍ୟ ସୁବିଧା ବି ଅଫର କରାଯାଉଛି। ଟୁଇଟର ବ୍ଲୁ ଟିକ ୟୁଜର୍ସ ଲମ୍ବା ଭିଡିଓ ପୋଷ୍ଟ କରିପାରିବେ, ୫୦ ପ୍ରତିଶତ କମ ବିଜ୍ଞାପନ ପାଇପାରିବେ, ନୂଆ ଫିଚର୍ସକୁ ଶୀଘ୍ର ଆକ୍ସେସ କରିପାରିବେ, ବ୍ଲୁ ୟୁଜର୍ସଙ୍କ ପୋଷ୍ଟକୁ ପ୍ରୟୋରିଟି ମିଳିବ ଓ ଏମାନେ ପୋଷ୍ଟକୁ ୩୦ ମିନିଟ ମଧ୍ୟରେ ଏଡିଟ କରିପାରିବେ।

Share