ନୂଆଦିଲ୍ଲୀ, ୭।୧୨: କେତେକ ଲୋକେ ଲଟେରୀ କିଣି ରାତାରାତି ଲକ୍ଷପତି ଅବା କୋଟିପତି ହେବାର ସ୍ବପ୍ନ ଦେଖିଥାନ୍ତି। ତେବେ ଲଟେରୀ ଜିଣିଲେ ଏହା ଉପରେ ୧୯୬୧ ଆୟକର ଅଧିନିୟମ ଅନୁସାରେ ବିଭିନ୍ନ ଟିକସ ଲାଗୁ ହୋଇଥାଏ। ଫଳରେ ପକେଟକୁ ଆସିବା ବେଳକୁ ଏହା କୋଟିଏରୁ କମି ପ୍ରାୟ ୬୫ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଥାଏ। ଲଟେରୀ ସ୍ପେଶାଲ ଆୟ ହୋଇଥିବାରୁ ଏହା ଉପରେ ସିଧାସଳଖ ୩୦ ପ୍ରତିଶତ ଟିକସ ଲାଗୁ ହୋଇଥାଏ। ଏହା ସହିତ ୧୦ ପ୍ରତିଶତ ସରଜାର୍ଚ ଲାଗୁ ହୁଏ। ସେହିପରି ୪ ପ୍ରତିଶତ ଶିକ୍ଷା ସେସ୍ ଏବଂ ଉଚ୍ଚ ଶିକ୍ଷା ସେସ୍ ଟିକସ ମଧ୍ୟ ଲାଗୁ ହୋଇଥାଏ। ଏହା ସହିତ ଅନ୍ୟାନ୍ୟ ଛୋଟ ମୋଟ ଟିକସ ମଧ୍ୟ ଲଟେରୀ ଉପରେ ଲାଗୁ କରାଯାଇଥାଏ। ଏସବୁ ଟିକସ କଟାଯିବା ଦାୟିତ୍ୱ ଲଟେରୀ ଉଠାଣକାରୀ ସଂସ୍ଥାର ଦାୟିତ୍ୱ। ପ୍ରାୟ ୩୫ ପ୍ରତିଶତ ଟିକସ କଟିବା ପରେ ଅବିଶିଷ୍ଟ ଟଙ୍କା ବିଜେତାଙ୍କୁ ପ୍ରଦାନ କରାଯାଇଥାଏ।