ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ

ଭୁବନେଶ୍ୱର, ୨୫।୧୦(ସୁନିତ୍‌ ମିଶ୍ର): ବିଜେଡି ଗତ ଅକ୍ଟୋବର ୯ ରୁ ତା’ର ସଦସ୍ୟତା ଅଭିଯାନ ଆରମ୍ଭ କରିଛି। ହେଲେ ଗତ ୨୪ ବର୍ଷ ଭିତରେ ଯେପରି ଦଳର ନେତା ଓ କର୍ମୀମାନେ ଏହି କାର୍ଯ୍ୟକୁ ଉତ୍ସାହ ସହକାରେ କରିଆସୁଥିଲେ ବର୍ତ୍ତମାନ କିନ୍ତୁ ସେହି କ୍ରମରେ ବ୍ୟତିକ୍ରମ ଦେଖାଦେଇଥିବା ଚର୍ଚ୍ଚା ହେଉଛି। ରାଜ୍ୟରେ ଲଗାତର ୨୪ ବର୍ଷ ଶାସନ କରିଆସିଥିବା ବିଜେଡି ପ୍ରଥମ ଥର ଲାଗି ବିରୋଧୀ ଦଳ ଭୂମିକାକୁ ଆସି ଏହି କାର୍ଯ୍ୟ ଆରମ୍ଭ କରିଛି। ହେଲେ ବିଜେଡିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସକାଶେ ଦଳୀୟ ନେତାମାନେ ଆଉ ସେତେଟା ଆଗ୍ରହ ପୂର୍ବଭଳି ଦେଖାଉନାହାନ୍ତି। ଯେଉଁମାନେ ଆଗ ଥର ପର୍ଯ୍ୟନ୍ତ ଅଧିକ ସଦସ୍ୟଙ୍କୁ ଦଳରେ ଯୋଡ଼ିବା ଲାଗି ପ୍ରତିଯୋଗିତା କରିବାକୁ ପଛାଉ ନ ଥିଲେ ସେମାନେ ଏବେ ଦେଖା ବି ଦେଉନାହାନ୍ତି। ବିଜେଡିର ସଦସ୍ୟ ହେବା ଏବଂ କରେଇବା ଲାଗି ଲୋକମାନଙ୍କ ଭିତରେ ଆଉ ସେଇ ପୁରୁଣା ଆଗ୍ରହ ନ ଥିବା କେତେଜଣ ବରିଷ୍ଠ ନେତା ଖୋଲାଖୋଲି ମତ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଅଭିଯାନକୁ ସଫଳ କରାଇବା ଲାଗି ଶଙ୍ଖ ଭବନରୁ ଟଙ୍କା ବଣ୍ଟା ପର୍ବ ଆରମ୍ଭ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ବିଜେଡିର ସବୁଠାରୁ କ୍ଷମତାଶାଳୀ ବୋଲାଉଥିବା ନେତା ଜଣକ କୁଆଡ଼େ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ସଦସ୍ୟତା ଅଭିଯାନକୁ ସଫଳ କରାଇବା ଲାଗି ବିଧାୟକ ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଡାକି ୫ ଲକ୍ଷ ଲେଖାଏଁ ଟଙ୍କା ଦେଉଥିବା ଶୁଣିବାକୁ ମିଳୁଛି। ପୂର୍ବରୁ କେବେ ଏ ସ୍ଥିତି ସୃଷ୍ଟିହୋଇ ନ ଥିବା ବେଳେ ଦୁର୍ଦ୍ଦିନ ବି କେଡ଼େ ଦୁଃଖଦାୟକ ଏକଥା ତାଙ୍କ ଦଳ ଭିତରୁ କୁହାକୁହି ହେଉଛନ୍ତି।
ସୂଚନାଯୋଗ୍ୟ, ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭକରି କୋଟିଏରୁ ଅଧିକ ପ୍ରାଇମେରି ମେମ୍ବର ଏବଂ ୩ ଲକ୍ଷରୁ ଅଧିକ ଆକ୍ଟିଭ ମେମ୍ବରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଆଗରୁ ନିର୍ବାଚନମଣ୍ଡଳୀ ସ୍ତରରେ ବିଧାୟକ ଏବଂ ମନ୍ତ୍ରୀମାନେ ପଞ୍ଚାୟତସ୍ତର ନେତାମାନଙ୍କୁ ମେମ୍ବରଶିପ୍‌ ଡ୍ରାଇଭ ପାଇଁ ବହି ଯୋଗାଇ ଦେଉଥିଲେ। ଜଣେ ୨୫ ଜଣଙ୍କୁ ପ୍ରାଇମେରି ମେମ୍ବର କଲେ ସେ ଆକ୍ଟିଭ ମେମ୍ବର ହୋଇପାରୁଥିଲେ। ପଞ୍ଚାୟତସ୍ତରର ନେତାମାନେ ଯେହେତୁ ସରକାରୀ ଦଳରେ ଥିଲେ ତେଣୁ ବାମ, ଡାହାଣ ଦସ୍ତଖତକରି ଲୋକଙ୍କ ନାଁ ପକାଇ ଆକ୍ଟିଭ ମେମ୍ବର ସହଜରେ ହୋଇଯାଉଥିଲେ। ଜଣେ ପ୍ରାଇମେରି ମେମ୍ବର ପାଇଁ ମାତ୍ର ୫ ଟଙ୍କା ଲେଖାଏଁ ଦେବାକୁ ପଡୁଥିବାରୁ ଏହା କିଛି ବଡ଼ ସଦସ୍ୟା ନ ଥିଲା। କ୍ଷମତାର ଉପଯୋଗରେ ସବୁକିଛି ସହଜରେ ତୃଣମୂଳସ୍ତରରୁ ସମ୍ଭବ ହୋଇପାରୁଥିଲା। ସଦସ୍ୟତା ଅଭିଯାନ ନେଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି, ଅକ୍ଟୋବର ୯ରୁ ଆରମ୍ଭହୋଇ ଜାନୁଆରୀ ପର୍ଯ୍ୟନ୍ତ ମେମ୍ବରଶିପ ଡ୍ରାଇଭ ଚାଲିବ। ଦଳର ସାଙ୍ଗଠନିକ ନିର୍ବାଚନ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। ଯେଉଁମାନେ ପୂର୍ବରୁ ସଦସ୍ୟ ରହିଛନ୍ତି ସେମାନେ ଆଉ ଥରେ ରିନ୍ୟୁ କରିପାରିବେ। ଏହି କାର୍ଯ୍ୟକ୍ରମ କରିବା ଲାଗି ଦଳ ପକ୍ଷରୁ କିଛି ଟଙ୍କା ଦିଆଯାଏ ନାହିଁ। ତୃଣମୂଳସ୍ତରରେ ସମସ୍ତଙ୍କ ଆଗ୍ରହ ଏଥିପ୍ରତି ରହୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Barabati Stadium: ଫେବୃଆରୀ ୯ରେ ବାରବାଟୀ ଲଢ଼େଇ: ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

କଟକ,୩୧।୧: ଫେବୃଆରୀ ୯ରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ କ୍ରିକେଟ ମ୍ୟାଚ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ...

ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର...

ବନ୍ଧୁକ ଦେଖାଇ ମଦଭାଟିରୁ ଦୁର୍ବୃତ୍ତ ଲୁଟିନେଲେ ୭ ଲକ୍ଷରୁ ଅଧିକ ଟଙ୍କା

ଧର୍ମଗଡ଼,୩୧ା୧(ଆକାଶ କୁମାର ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଭୀମଖୋଜପଡ଼ାସ୍ଥିତ ଦେଶୀ ମଦଭାଟିରୁ ଗୁରୁବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତ ହୋଇଛି। ୧୦ରୁ ଊର୍ଦ୍ଧ୍ୱ ଡକାୟତ...

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବରେ ଯୋଗଦେବେ ନାହିଁ ରୋହିତ ଶର୍ମା: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବର ତାରିଖ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବ ଲାହୋରରେ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ୧୬ ଫେବୃଆରୀ...

ଦାୟିତ୍ୱ ନେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୩୧ା୧: ରାଜ୍ୟ ନିର୍ବାଚନ କମିଶନର ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ମଧୁସୂଦନ ପାଢ଼ୀ। ତୋଷାଳୀ ଭବନରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି। ଆଦିତ୍ୟ ପାଢ଼ୀଙ୍କ...

Odisha Government: ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି, ଏଣିକି ସବୁ ଗାଁ ଲୋକଙ୍କୁ ମିଳିବ…

ଭୁବନେଶ୍ୱର,୩୧।୧: ଗୁରୁବାର ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପଦକ୍ଷେପ ଅଧୀନରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।...

ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ରାଜ୍ୟ ସରକାରଙ୍କୁ କଲେ ସମାଲୋଚନା, କହିଦେଲେ ମଞ୍ଜ କଥା

ଭୁବନେଶ୍ୱର,୩୧।୧: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର। ନୂଆ ଯୋଜନାକୁ ନେଇ ନୂଆ ସରକାରଙ୍କୁ ସମାଲୋଚନା କରିଛନ୍ତି। ବଦ୍ରିନାରାୟଣ କହିଛନ୍ତି, ବିଜେଡି...

ହାଇକୋର୍ଟରେ ନିର୍ବାଚନି ଅନିୟମିତତା ମାମଲା: ଉପମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କୁ ଜରିମାନା

କଟକ,୩୧ା୧(କାର୍ତ୍ତିକ ସାହୁ): ୨୦୨୪ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ହାଇକୋର୍ଟ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜବାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image