ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଆପଣ କିଭଳି ଯିବେ? ଜାଣନ୍ତୁ କ’ଣ କ’ଣ କରିବାକୁ ହେବ…

ନୂଆଦିଲ୍ଲୀ,୨୧।୨: ଯଦି ଆପଣଙ୍କ ପାଖରେ କୌଣସି ବ୍ୟବସାୟ କରିବା ଲାଗି ଯୋଜନା ରହିଛି, ଏପରିକି ଆପଣ ତାହାକୁ ବିନିଯୋଗ କରି ଏକ ପ୍ରତିଷ୍ଠାନ କରିଛନ୍ତି ତେବେ ଫଣ୍ଡିଂ ଲାଗି ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ବାଛିପାରିବେ। ଏହି ରିଆଲିଟି ଶୋ’କୁ ନେଇ ଆଜିକାଲି ଚାରିଆଡେ ଚର୍ଚ୍ଚା। ଗୋଟିଏରୁ ବଳି ଆରେକ ବ୍ୟବସାୟୀ ଏହି ଶୋ’କୁ ଆସି ନିଜର ବ୍ୟବସାୟ ଯୋଜନା ଆଧାରରେ ଫଣ୍ଡ ହାସଲ କରୁଛନ୍ତି। ଆସନ୍ତୁ ଜାଣିବା ସାର୍କ ଟ୍ୟାଙ୍କ ଇଣ୍ଡିଆକୁ ଯିବାକୁ ହେଲେ କ’ଣ କରିବାକୁ ହେବ…

-ରେଜିଷ୍ଟ୍ରେଶନ ଫର୍ମ:ସର୍ବପ୍ରଥମେ ରେଜିଷ୍ଟ୍ରେଶନ ବିଷୟରେ ଜାଣିବାକୁ ସୋନି ଲିଭ୍‌ ଆପ୍‌ ଡାଉନଲୋଡ ନଚେତ ଅପଡେଟ୍‌ କରନ୍ତୁ। ଏହାର ସିଜନ ୩ ରେଜିଷ୍ଟ୍ରେଶନ ଫର୍ମ ପୂରଣ କରିବାକୁ Sonyliv.comରେ ଲଗ୍‌ଇନ୍‌ କରନ୍ତୁ। ଯଦି ଆପଣଙ୍କ ଯୋଜନା ଟିମ୍‌କୁ ପସନ୍ଦ ଆସିବ ତେବେ ଆପଣଙ୍କୁ ନିଜ ବ୍ୟବସାୟ ବିଷୟରେ କହିବାକୁ ହେବ। ଫଳରେ ଆଗାମୀ ପାହାଚକୁ ଯିବାର ସମ୍ଭାବନା ବଢ଼ିଯିବ।

-୩ ମିନିଟ୍‌ର ଭିଡିଓ ପିଚ୍‌: ନିଜର ବ୍ୟବସାୟ ବିଷୟରେ କହିବାକୁ ଆପଣ ୩ ମିନିଟ୍‌ର ଭିଡିଓ ପିଚ୍‌ ଅପଲୋଡ୍‌ କରିପାରିବେ। ଫଳରେ ଟିମ୍‌ ଆପଣଙ୍କ ବ୍ୟବସାୟକୁ ପୁରା ବୁଝିଯିବେ। ଭିଡିଓରେ ଆପଣଙ୍କୁ କହିବାକୁ ହେବ ଯେ କାହିଁକି ଏହି ବ୍ୟବସାୟ ଅନ୍ୟଙ୍କଠାରୁ ଅଲଗା। ଆପଣ ନୂଆ କ’ଣ କରିପାରିବେ। ଆପଣଙ୍କ ନିକଟରେ ଶୋ’ରେ ଭାଗ ନେବାକୁ ଆବଶ୍ୟକ ଯୋଗ୍ୟତା ଅଛି କି ନାହିଁ।

-ଅଡିଶନ କିଭଳି ହେବ?
ଯେଉଁଲୋକେ ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳ ହୋଇଥାନ୍ତି ସେମାନେ ଅଡିଶନର ସାମ୍ନା କରନ୍ତି। ତାଙ୍କୁ ନିଜର ବ୍ୟବସାୟକୁ ନେଇ ଯୋଜନା ସାର୍କ ଟ୍ୟାଙ୍କ ଇଣ୍ଡିଆ ଟିମ୍‌ ସମ୍ମୁଖରେ ରଖିବାକୁ ହୋଇଥାଏ। ସେମାନେ କ୍ଷମତାକୁ ଆକଳନ କରିଥାନ୍ତି। ସେଥିରେ ସର୍ବଶ୍ରେଷ୍ଠ ପ୍ରାର୍ଥୀ ଚୟନ କରିଥାନ୍ତି।

-ପରେ ହେବ ଏଣ୍ଟ୍ରି: ଯଦି ଆପଣ ଅଡିଶନରେ ସଫଳ ହୁଅନ୍ତି ତେବେ ଆପଣଙ୍କୁ ପିଚର୍ସ ବୋଲି କୁହାଯାଏ। ଏହାପରେ ଆପଣ ପ୍ୟାନେଲ ସମ୍ମୁଖରେ ଏଣ୍ଟ୍ରି କରିବେ। ଅନୁଭବୀ ନିବେଶକ ଅନ୍ତିମ ପିଚ୍‌ ଆଧାରରେ ଭ୍ୟାଲୁଏଶନ ଏବଂ ଆକଳନ କରି ନିବେଶ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri