Categories: ଜାତୀୟ

ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା ପାର୍ଟି (ଭାଜପା)ର ଉପ ପ୍ରତିଷ୍ଠାତା ଏଲ. କେ. ଆଡଭାନୀଙ୍କ ରାଜନୈତିକ କ୍ୟାରିୟରକୁ ।

୧୯୯୧ ଲୋକସଭା ନିର୍ବାଚନ ବେଳର କଥା। ସେତେବେଳେ ଦିଲ୍ଲୀକୁ ଭାଜପାର ଗଡ଼ କୁହାଯାଉଥିଲା। ଆଡଭାନୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ସୁପରଷ୍ଟାର ରାଜେଶ ଖାନ୍ନା। ନିର୍ବାଚନରେ ମାତ୍ର ୧୫୮୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ଆଡଭାନୀ। ହେଲେ ପରାଜୟ ସ୍ବୀକାର କରିବାକୁ ରାଜି ହେଲେ ନାହିଁ ରାଜେଶ ଖାନ୍ନା। ସେ ଅଭିଯୋଗ କରିଥିଲେ ଭାଜପା ଭେଟେରାନ ଜିତିବା ପାଇଁ ଅସାଧୁ ଉପାୟ ଆପଣେଇଛନ୍ତି। ପରାଜୟ ଭୟରେ ଦିଲ୍ଲୀ ସିଟ ଛାଡ଼ି ପଳାଇଥିଲେ ଆଡଭାନୀ। ଆଉ ଉପ ନିର୍ବାଚନରେ ଦିଲ୍ଲୀ ଲୋକସଭା ଆସନରେ ଜିତିଲେ ରାଜେଶ। ସେବେଠୁ ଆଡଭାନୀ ଗାନ୍ଧୀନଗର ଆସନରେ ହିଁ ଲଢ଼ି ଆସୁଥିଲେ। ୧୯୯୧ରେ ପରାସ୍ତ ହୋଇଥିଲେ ଭାଜପାର ଭେଟେରାନ ନେତାଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଯାଇଥାନ୍ତା। ସେହିବର୍ଷ ରାମ ମନ୍ଦିର ଅଭିଯାନ କାରଣରୁ ଭି. ପି. ସିଂହଙ୍କ ସରକାରର ପତନ ଘଟିଥିଲା।

Share