ମାତୃତ୍ୱ କେତେ ନିରାପଦ

ମାତୃତ୍ୱ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି। ତ୍ୟାଗ ଓ ତିତିକ୍ଷାର ମନ୍ତ୍ରରେ ନାରୀଟିଏ ଅଭିମନ୍ତ୍ରିତା ହୋଇ ମାତୃତ୍ୱର ସୋପାନ ଆରୋହଣ କରିଥାଏ। ତେବେ ମାତୃତ୍ୱର ଏହି ପଥ ସବୁବେଳେ ନିରାପଦ ନୁହେଁ। ଏହା କେତେବେଳେ ସମତଳ ତ’ କେତେବେଳେ ବିପଦସଙ୍କୁଳ। ଟିକିଏ ଅସାବଧାନ ହେଲେ ଗର୍ଭଜନିତ ଓ ପ୍ରସବଜନିତ ଜଟିଳତା ଦେଖାଦେଇଥାଏ ଏବଂ ମା’ ସହ ଶିଶୁର ଜୀବନ ବିପଦାପନ୍ନ ହୋଇଥାଏ। ଏକବିଂଶ ଶତାବ୍ଦୀରେ ମା’ ଓ ଶିଶୁ ସ୍ବାସ୍ଥ୍ୟ କଥା ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ନିଶ୍ଚିତ ଭାବରେ ଗୋଟିଏ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରିଥାଆନ୍ତି। ସେ କୈଶୋର ବା’ ଆଦ୍ୟ ଯୌବନରେ ପାଦ ଦେଇଥିବା ବାଳିକା ବଧୂଟିଏ ହୋଇପାରେ, ଯିଏ କି ମାନସିକ ବା ଶାରୀରିକ ସ୍ତରରେ ଶିଶୁଟିକୁ ଜନ୍ମ ଦେବାପାଇଁ ଆପ୍ରାଣ ଉଦ୍ୟମ କରିଥାଏ କିମ୍ବା ସେ ଗୋଟିଏ ବୟସ୍କା ମହିଳା ହୋଇଥାଇପାରେ; ଯିଏକି ଅନେକ ସନ୍ତାନଥିବା ଏକ ବଡ଼ ପରିବାରକୁ ଚଳାଇବାକୁ ଅକ୍ଳାନ୍ତ ପରିଶ୍ରମ କରିଥାଏ। ତେଣୁ ଗୋପନୀୟ ଭାବରେ ନିଜର ଅବାଞ୍ଛିତ ଗର୍ଭନଷ୍ଟ କରିଥାଏ। ଏହିଭଳି ମହିଳାମାନେ ଡାକ୍ତର ଓ ଚିକିତ୍ସା ତଥା ରକ୍ତ ଓ ଔଷଧ ଅଭାବରୁ ମୃତୁମୁଖରେ ପଡ଼ିଥା’ନ୍ତି। ମା’ର ମୃତ୍ୟୁ କେବଳ ଏକ ପରିବାରର କ୍ଷତି ନୁହେଁ, ଏହା ଏକ ସାମାଜିକ କ୍ଷତି, ଏହା ସାରା ଦେଶର କ୍ଷତି। ମା’ର ମୃତ୍ୟୁ ଯେପରି ସାରା ପରିବାରକୁ ବିପର୍ଯ୍ୟସ୍ତ କରିଦିଏ, ଠିକ୍‌ ସେହିପରି ଲକ୍ଷ ଲକ୍ଷ ମାତୃ ମୃତ୍ୟୁରେ ସାରା ବିଶ୍ୱର ମୂଳଦୁଆ ମଧ୍ୟ ଚହଲିଯାଏ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ମହିଳା ଗର୍ଭଜନିତ ତଥା ପ୍ରସବଜନିତ କାରଣରୁ ମୃତ୍ୟୁବରଣ କରୁଛନ୍ତି। ଏହି ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରତ୍ୟେକ ବର୍ଷ ଆନ୍ତର୍ଜାତିକ ନିରାପଦ ମାତୃତ୍ୱ ଦିବସ ପାଳନ କରାଯାଉଛି। ଗର୍ଭାବସ୍ଥା ପୂର୍ବରୁ, ଗର୍ଭାବସ୍ଥାରେ, ପ୍ରସବ ସମୟରେ ଏବଂ ପ୍ରସବ ପରେ ଡାକ୍ତର ତଥା ସ୍ବାସ୍ଥ୍ୟ କର୍ମୀମାନଙ୍କର ଯନତ୍ ଓ ଚିକିତ୍ସା ଦ୍ୱାରା ହିଁ ଏହି ମାତୃ ମୃତ୍ୟୁହାର କମାଯାଇ ପାରିବ।
ପ୍ରତ୍ୟେକ ବର୍ଷ ଏହାର ବିଷୟବସ୍ତୁ ଅଲଗା। ହ୍ବାଇଟ୍‌ ରିବନ ଆଲାଏନ୍ସ ଦ୍ୱାରା ସ୍ଥିରୀକୃତ ହୋଇ କାର୍ଯ୍ୟକ୍ରମମାନ ହୋଇଥାଏ। ପ୍ରତ୍ୟେକ ମହିଳାଙ୍କର ଗର୍ଭଧାରଣ କରିବା ତଥା ବଞ୍ଚତ୍ବାର ଅଧିକାର ଅଛି। ଏହି ଦିବସ ଅବସରରେ ଚଳିତବର୍ଷର ବିଷୟ ବସ୍ତୁ ହେଉଛି-
”ଘରେ ରହି ମା’ ଓ ଶିଶୁ ମାନଙ୍କୁ ରକ୍ଷା କରନ୍ତୁ“।
ଭାରତରେ ମାତୃ ମୃତ୍ୟୁହାର : ଏକ ରିପୋର୍ଟରୁ ଜଣାଯାଇଛି ଯେ, ଭାରତରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଦୟନୀୟ ଓ ଶୋଚନୀୟ। ଭାରତର ଗ୍ରାମାଞ୍ଚଳରେ ଗର୍ଭବତୀଙ୍କ ମୃତ୍ୟୁହାର ସର୍ବାଧିକ। ମୋଟ ବିଶ୍ୱ ଲୋକସଂଖ୍ୟାର ୧୫% ଭାରତରେ ବସବାସ କରନ୍ତି। କିନ୍ତୁ ମହିଳାଙ୍କ ପ୍ରସୂତିକାଳୀନ ମୃତ୍ୟୁହାରର ୨୫% ଭାରତରେ ହିଁ ସଂଘଟିତ ହୋଇଥାଏ। ଅଳ୍ପ ବୟସରେ ମାତୃତ୍ୱ ଓ ପ୍ରତି ଶିଶୁ ମଧ୍ୟରେ କମ୍‌ ସମୟ ବ୍ୟବଧାନ ହିଁ ଏ ପ୍ରକାର ମୃତ୍ୟୁର ମୁଖ୍ୟ କାରଣ। ମାତୃ ମୃତ୍ୟୁର ପ୍ରଥମ ଓ ପ୍ରଧାନ କାରଣଗୁଡ଼ିକ ହେଉଛି- ପ୍ରସବ ପରବର୍ତ୍ତୀ ଅବସ୍ଥାରେ ରକ୍ତକ୍ଷରଣ, ମ୍ୟାଲେରିଆ, କାମଳ ରୋଗ, ରକ୍ତହୀନତା, ଗର୍ଭାବସ୍ଥାରେ ହୃଦ୍‌ରୋଗ, ବ୍ୟାହତ ପ୍ରସବ, ବିଷାକ୍ତ ଗର୍ଭପାତ, ଗର୍ଭପାତ, ପ୍ରସବ ପରବର୍ତ୍ତୀ ସୂତିକା ପ୍ରଦାହ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ। ତେଣୁ ଗର୍ଭ ଆରମ୍ଭରୁ ଉପଯୁକ୍ତ ଚିକିତ୍ସା, ଟିକାକରଣ, ତୁରନ୍ତ ଚିହ୍ନଟ ଓ ଚିକିତ୍ସା ଖୁବ୍‌ ଜରୁରୀ।
ନିରାପଦ ମାତୃତ୍ୱର ଗୁରୁତ୍ୱ : ଗର୍ଭାବସ୍ଥାର ପ୍ରଥମ ସୋପାନରୁ ମା’ର ଯତ୍ନ ନିଆଗଲେ ଗର୍ଭାବସ୍ଥା ଓ ପ୍ରସବ ନିରାପଦ ହେବ। ଏଥିପାଇଁ ପରିବାର ତଥା ଗାଁ ଗହଳିରେ ସଚେତନତା ସୃଷ୍ଟି ଜରୁରୀ। ତେଣୁ ପ୍ରାଥମିକ ସ୍ତରରୁ ରୋଗ ଓ ଜଟିଳତା ଚିହ୍ନଟ ତଥା ଗୁରୁତର ରୋଗୀଙ୍କୁ ରେଫରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ଅତି ଜରୁରୀ। ଗର୍ଭ ଓ ପ୍ରସବଜନିତ ଜଟିଳତା ଥରେ ଆରମ୍ଭ ହେଲେ ମା’ ମୃତ୍ୟୁହାର ଅସମ୍ଭବ ଭାବରେ ବୃଦ୍ଧି ପାଇଥାଏ। ମା’ ମୃତ୍ୟୁମୁଖରୁ ରକ୍ଷାପାଇଲେ ୫ ବର୍ଷରୁ ସାନ ଶିଶୁଙ୍କର ମୃତ୍ୟୁହାର ମଧ୍ୟ କମିଯାଏ। ତେଣୁ ମାତୃ ମୃତ୍ୟୁହାର କମାଇବାର ପ୍ରଥମ ପଦକ୍ଷେପ ହେଲା ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ସହାୟିକା, ଧାତ୍ରୀ ଓ ସ୍ବାସ୍ଥ୍ୟ ତତ୍ତ୍ୱାବଧାରିକାଙ୍କର ଉପଯୁକ୍ତ ତାଲିମ। ସେମାନେ ଗର୍ଭାବସ୍ଥା ତଥା ପରବର୍ତ୍ତୀ ଜଟିଳତାକୁ ସଙ୍ଗେ ସଙ୍ଗେ ଚିହ୍ନଟ କରି ରୋଗୀଙ୍କୁ ରେଫରାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବେ। ତେଣୁ ସେମାନେ ମାତୃ ମୃତ୍ୟୁର କାରଣଗୁଡ଼ିକ ଯଥା ବିଷାକ୍ତ ଗର୍ଭପାତ, ଗର୍ଭାବସ୍ଥାରେ ରକ୍ତହୀନତା, ବ୍ୟାହତ ପ୍ରସବ, ପ୍ରସବ ପୂର୍ବରୁ ଓ ପରେ ଅତ୍ୟଧିଳ ରକ୍ତକ୍ଷରଣ ଓ ସୂତିକାଜ୍ୱର ବିଷୟରେ ସମ୍ୟକ୍‌ ଜ୍ଞାନ ଆହରଣ କରିବା ଉଚିତ।
– ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ : ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri