ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା ଫିଲ୍ମରେ ଯେତିକି ସଫଳତା ପାଇଥିଲେ ବ୍ୟକ୍ତିଗତ ଜୀବନରେ ତା’ଠୁ ଅଧିକ ବିଫଳ ହୋଇଥିଲେ। କରିସ୍ମା ଦୁଇ ଦୁଇଥର ପ୍ରେମରେ ଧୋକ୍କା ଖାଇଥିଲେ। ଏହା ପରେ ସେ ସଞ୍ଜୟ କପୁରଙ୍କ ବିବାହ କରିଥିଲେ। ସଞ୍ଜୟ ମଧ୍ୟ ପୂର୍ବରୁ ବିବାହିତ ଥିଲେ। ସେ ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ପରେ କରିସ୍ମାଙ୍କୁ ବିବାହ କରିଥିଲେ। ବିବାହ ପରେ କରିସ୍ମାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥିଲା। ଏମିତି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ୨୦୧୬ରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା।


ଏକ ସାକ୍ଷାତକାରରେ କରିସ୍ମା କହିଛନ୍ତି, ତାଙ୍କ ହନିମୁନ୍‌ ସ୍ମୃତି ତାଙ୍କର ସବୁଠୁ ଖରାପ। କାରଣ ଏହିଦିନ ସେ ଏକ ଘୃଣ୍ୟ ଘଟଣାର ସାମ୍ନା କରିଥିଲେ। ହନିମୁନ୍‌ରେ ଯାଇଥିବା କରିସ୍ମାଙ୍କୁ ତାଙ୍କ ସ୍ବାମୀ ସଞ୍ଜୟ ଅନ୍ୟ ବନ୍ଧୁମାନଙ୍କ ସହ ଶୋଇବାକୁ ବାଧ୍ୟ କରିଥିଲେ। ସେ ତାଙ୍କ କଥା ନ ମାନିବାରୁ ତାଙ୍କୁ ଖୁବ୍‌ ପିଟିଥିଲେ। ଏପରିକି ନିଜ ବନ୍ଧୁଙ୍କ ସହ କରିସ୍ମାଙ୍କ ମୂଲ୍ୟ ବି ନିର୍ଦ୍ଧାରଣ କରିଥିଲେ। ଖାଲି ଏତିକି ନୁହେଁ, ଶାଶୁ ମଧ୍ୟ ତାଙ୍କୁ ଖୁବ୍‌ ମାରଧର କରନ୍ତି। ବିବାହ ପରେ ସଞ୍ଜୟ ତାଙ୍କ ପୂର୍ବ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିଥିଲେ। ଦୁହେଁ ଲିଭ୍‌-ଇନ୍‌ରେ ରହୁଥିଲେ। ନିର୍ଯାତନାର ମାତ୍ରା ଏତେ ବଢ଼ି ଯାଇଥିଲା ଯେ, କରିସ୍ମା ବାଧ୍ୟ ହୋଇ ସଞ୍ଜୟଙ୍କୁ ଛାଡ଼ପତ୍ର ଦେଇଥିଲେ। ଏବେ ନିଜ ପିଲାମାନଙ୍କ ସହ କରିସ୍ମା ଅଲଗା ରହୁଛନ୍ତି।

Share