ଗୋବିନ୍ଦାଙ୍କ ଶରୀରରେ କେମିତି ବାଜିଲା ଗୁଳି: ନିଜେ କଲେ ଖୁଲାସା

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ଗୁଳି ବାଜିଛି। ସକାଳେ ନିଜ ପିସ୍ତଲ ରଖୁଥିବାବେଳେ ହଠାତ୍‌ ଅସାବଧାନତା କାରଣରୁ ତାଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଗୋବିନ୍ଦା ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି। ତାଙ୍କୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯିବ। ଏହି ଘଟଣା ପରେ ଗୋବିନ୍ଦା ନିଜେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ କହିଛନ୍ତି।

ଗୋବିନ୍ଦା ଗୁଳି ଚଳାଇବା ଘଟଣା ଭୋର ପାଞ୍ଚଟା ବେଳେ ଘଟିଥିଲା। ସେ ସକାଳେ କୋଲକାତା ଯାଉଥିଲେ। ସେହି ସମୟରେ ସେ ପିସ୍ତଲ ସଫା କରି ଆଲମାରୀରେ ରଖିଥିଲେ। ତା’ପରେ ପିସ୍ତଲ ହଠାତ୍‌ ତଳେ ପଡ଼ିଥିବା ଦେଖି ଗୋବିନ୍ଦା ଉଠାଇବାବେଳେ ଏହି ଘଟଣା ଘଟିଥିଲା। ଗୁଳି ଗୋବିନ୍ଦାଙ୍କ ଶରୀରରେ ବାଜିବା ପରେ ବହୁତ ରକ୍ତ ବାହାରି ଥିଲା। ଘଟଣାବେଳେ ତାଙ୍କ ସ୍ତ୍ରୀ ଘରେ ନ ଥିବା କାରଣରୁ ସେ ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ।

ଏହି ଘଟଣା ପରେ ଗୋବିନ୍ଦା କହିଛନ୍ତି, ନମସ୍କାର, ମୁଁ ଗୋବିନ୍ଦା। ଆପଣ ସମସ୍ତଙ୍କର ଆଶୀର୍ବାଦ, ମୋର ମାତାପିତାଙ୍କ ଆଶୀର୍ବାଦ ଏବଂ ମୋର ଗୁରୁଙ୍କ କୃପା ସହିତ ମୁଁ ଭଲ ଅଛି। ସେଥିରେ ଏକ ଗୁଳି ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ହଟାଇ ଦିଆଯାଇଛି। ମୁଁ ଏଠାରେ ଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍‌ ବି’ କରିଥିଲେ ଏମିତି କାମ…

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ...

ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ମାଓବାଦୀଙ୍କ ଭୟ:  ହୋଇପାରନ୍ତି ଅପହରଣ ଗୁଇନ୍ଦା ବିଭାଗ ଦେଲେ ଆଗୁଆ…

ଭୁବନେଶ୍ୱର,୧।୧୦: ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ  ଅପହରଣ କରିପାରନ୍ତି ମାଓବାଦୀ। ଏ ନେଇ  ଓଡ଼ିଶା ପୋଲିସର  ଗୁଇନ୍ଦା ବିଭାଗ ସତର୍କ  କରାଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାର  ବଲାଙ୍ଗୀର...

ନିଜ ଗୁଳିରେ ଆହତ ହେଲେ ଗୋବିନ୍ଦା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୧।୧୦: ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା...

ବିଳମ୍ବିତ ରାତ୍ରିରେ ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ,୧।୧୦: ହିନ୍ଦୀ ସିନେମା ଏବଂ ଦକ୍ଷିଣ ସିନେମାରେ ଜବରଦସ୍ତ ପରିଚୟ ତିଆରି କରିଥିବା ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ। ସୋମବାର ବିଳମ୍ବିତ ରାତିରେ...

ପ୍ରଥମ ପ୍ରଯୋଜିତ ଫିଲ୍ମକୁ ନେଇ ଆଶାବାଦୀ କ୍ରିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ପାଇଁ ଚଳିତବର୍ଷ ବେଶ୍‌ ଆଶାଜନକ ରହିଛି। ’କ୍ରୁ’ ଏବଂ ‘ତେରି ବାତୋଂ ମେ ଏସା ଉଲଜା ଜିଆ’ ଭଳି ହିଟ୍‌...

ଏମର୍ଜେନ୍ସି: କଇଁଚି ପାଇଁ କଙ୍ଗନା ରାଜି

ମୁମ୍ବାଇ,୧।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଆଧାରିତ ଫିଲ୍ମ ‘ଏମର୍ଜେନ୍ସି’ର କେତେକ ଦୃଶ୍ୟରେ କାଟଛାଣ୍ଟ ପାଇଁ ଅଭିନେତ୍ରୀ ତଥା ପ୍ରଯୋଜିକା କଙ୍ଗନା ରାଣାଓ୍ବତ୍‌ ରାଜି...

ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା

ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ...

ବଲିଉଡରୁ ଅବସର ନେବେ ଶାହାରୁଖ!

ମୁମ୍ବାଇ,୩୦।୯: ବଲିଉଡର କିଙ୍ଗ ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସୁଥିଲେ। ତାଙ୍କୁ ବଲିଉଡର ଶେଷ ସୁପରଷ୍ଟାର ଭାବେ ବିବେଚନା କରାଯାଏ। ପ୍ରଶଂସକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri