ଅଲ କାଏଦା ମୁଖ୍ୟଙ୍କ ମୃତ୍ୟୁ ସମ୍ପର୍କରେ ଭାରତ ପାଖରେ ରହିଥିଲା ସୂଚନା!

ନୂଆଦିଲ୍ଲୀ/ୱାଶିଂଟନ,୨ ।୮: କାବୁଲରେ ଆମେରିକାର ଡ୍ରୋନ ଆକ୍ରମଣରେ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଏହି ଅପରେଶନରେ ଆମରିକାରକୁ ଆତଙ୍କବାଦ ବିରୋଧରେ ବଡ ସଫଳତା ମିଳିଥିବା ବେଳେ ଅନ୍ୟପଟେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛିକି ଏହି ଅପରେଶନ ସମ୍ପର୍କରେ ପୂର୍ବରୁ ଭାରତକୁ ସୂଚନା ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ ସମ୍ପର୍କରେ ୩୧ ଜୁଲାଇରୁ ଭାରତ ନିକଟରେ ସୂଚନା ରହିଥିଲା । ହେଲେ ଏହା ଘୋଷଣା କରିବା ଲାଗି ଭାରତ ଆମେରିକା ପକ୍ଷରୁ ଔପଚାରିକ ଘୋଷଣାକୁ ଅପେକ୍ଷା କରିଥିଲା ।
ସୂଚନାଯୋଗ୍ୟ. ଅଗଷ୍ଟ ୧ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦାବି କରିଥିଲେ କି ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ସକାଳ ୬ଟା ୧୮ ମିନିଟରେ ଏକ ଏୟାର ଷ୍ଟ୍ରାଇକ ସମୟରେ ଅଲ କାଏଦା ମୁଖ୍ୟ ଅଲ-ଜବାହିରିଙ୍କ ମୃତ୍ୟୁ ହୋଇଛି । ଟେଲିଭିଜନରେ ସମ୍ବୋଧନ ଦେବା ଅବସରରେ ବାଇଡେନ କହିଥିଲେ, ନ୍ୟାୟ ହୋଇଛି ଓ ଆତଙ୍କବାଦୀ ଆଉ ଜୀବିତ ନାହାନ୍ତି ।
ଅନ୍ୟପଟେ ଆମେରିକାର ଏହି ଆକ୍ରମଣକୁ ଆଫଗାନିସ୍ତାନର ତାଲିବାନ ସରକାର କଡା ନିନ୍ଦା କରିଛନ୍ତି । ଆଫଗାନିସ୍ତାନର ତାଲିବାନ ସରକାରଙ୍କ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ଆମେରିକା ଆକ୍ରମଣର ଆଲୋଚନା କରିଛନ୍ତି । ଏହାସହ ଆମେରିକା ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଓ ଦୋହା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ସେ କହିଛନ୍ତି ।

Share