Categories: ଜାତୀୟ

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର ଦରକାର ପଡୁଛି। ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ ପାଇଁ କରିବାକୁ ଯାଉଛନ୍ତି। ଯାହା ଭବିଷ୍ୟତରେ ସେମାନଙ୍କ ସ୍କୁଲ ପାଠପଢା ସହ କଲେଜ ଆଡମିଶନ ଓ ଚାକିରି ଖୋଜିବାରେ ସହାୟତା କରିବ।

ଏହାର ନାଁ ରହିଛି ‘ଅପାର ଆଇଡି କାଡର୍ର୍’। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବାକୁ ଥିବା ‘ଅପାର ଆଇଡି କାର୍ଡ’ଦେଶର ସବୁ ସ୍କୁଲ ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ହେବ। ଏହାକୁ ଗୋଟିଏ ରାଷ୍ଟ୍ର, ଗୋଟିଏ ବିଦ୍ୟାର୍ଥୀ କାର୍ଡ ମଧ୍ୟ କୁହାଯାଉଛି। ସରକାର ଯେଉଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଣିଛନ୍ତି ସେହି ହିସାବରେ ଅପାର କାର୍ଡ ତିଆରି କରାଯାଉଛି।

ଅପାର କାର୍ଡର ପୁରା ନଁ ହେଉଛି ‘ଅଟୋମେଟେଡ ପର୍ମାନେଣ୍ଟ ଆକାଡେମିକ ଆକାଉଣ୍ଟ
ରେଜିଷ୍ଟ୍ରି’। ଏହାର ଅର୍ଥ ସରକାର ଛାତ୍ରଙ୍କୁ ଏପରି ୧୨ ଅଙ୍କର ଏକ ଆଇଡି କାର୍ଡ କରିବେ ଯାହା ସେମାନଙ୍କ ପିଲାଦିନର ପାଠ ପଢାରୁ ଆରମ୍ଭ କରି ପାଠପଢା ଶେଷ ପର୍ଯ୍ୟନ୍ତ ରହିବ।
ଛାତ୍ରୀଛାତ୍ର ସ୍କୁଲ ପରିବର୍ତ୍ତନ କଲେ ମଧ୍ୟ ଅପାର ଆଇଡି କାର୍ଡରେ କୌଣସି ପରିବର୍ତ୍ତନ ହେବନି। ଏହା ଆଧାରକାର୍ଡ ଠାରୁ ଅଲଗା ହେବ ଓ ପରସ୍ପର ସହ ଲିଙ୍କ ରହିବ। ଏଥିରେ ଛାତ୍ରଙ୍କ ସମସ୍ତ ସୂଚନା ପ୍ରତିଥର ଅପଡେଟ ରହିବ । ଏଥିପାଇଁ ସରକାର ‘ଆକାଡେମିକ ବ୍ୟାଙ୍କ ଅଫ କ୍ରେଡିଟସ’ସ ଲଞ୍ଚ କରିଛନ୍ତି। ଏହା ଶୈକ୍ଷିକ ରେଜିଷ୍ଟ୍ରି ରୂପେ କାମ କରିବ। ଏହାକୁ ଡିଜିଲକର ଭଳି ଏଡୁଲକର ମଧ୍ୟ କହିହେବ।

‘ଅପାର କାର୍ଡ’ ଦ୍ୱାରା ଜଣେ ଛାତ୍ରୀଛାତ୍ରୀଙ୍କ ସବୁ ପ୍ରକାର ସୂଚସୂ ଡିଜିଟାଲି ଷ୍ଟୋର ରହିବ।
ଉଦାହରଣ ସ୍ବରପ ପିଲା କେଉଁଥିରେ ପଢୁଛି, କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, ତାଙ୍କୁ କେଉଁ ସବୁ ପୁରସ୍କାର ମିଳିଛି, ତାଙ୍କ ପାଖରେ କେଉଁ କେଉଁ ଡିଗ୍ରି ଅଛି, ତାଙ୍କୁ ସ୍କଲାରଶିପ ମିଳିଛି କି ନାହିଁ, ଯଦି ମିଳିଛି ତେବେ କେତେ ଓ କେବେଠାରୁ କେଉଁ ପର୍ଯ୍ୟନ୍ତ ସ୍କଲାରଶିପ ପାଇଛନ୍ତି, ତାଙ୍କୁ କେଉଁ ଶ୍ରେଣୀରେ କେତେ ମାର୍କ ମିଳିଥିଲା ଆଦି ସୂଚନା ଡିଜିଟାଲ ଭାବରେ ଏହି କାର୍ଡରେ ରହିବ।
ଅପାର କାର୍ଡ କରିବା ପାଇଁ ଛାତ୍ରୀଛାତ୍ରଙ୍କର ଏକ ବୈଧ ଆଧାର
କାର୍ଡ ଆବଶ୍ୟକ। ସେହିପରି ଡିଜି ଲକରରେ ତାଙ୍କର ଆକାଉଣ୍ଟ ଥିବା ଜରୁରି। ଏଥିରେ
ଛାତ୍ରୀଛାତ୍ରଙ୍କ ଇ-କେୱାସି କରାଯିବ। ଛାତ୍ରୀଛାତ୍ରଙ୍କୁ ଅପାର କାର୍ଡ ତାଙ୍କ ସ୍କୁଲ କିମ୍ବା କଲେଜ ପ୍ରଦାନ କରିବେ। ଏଥିଲାଗି ତାଙ୍କ ମାତାପିତାଙ୍କ ସହମତିରେ ରେଜିଷ୍ଟ୍ରେସନ ହେବ।

Share