Categories: Uncategorized

ଆସୁଛି ନିର୍ବାଚନ, ଘରେ ବସି ଭୋଟର୍‌ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…

ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ ଭୋଟର ଆଇଡି କାର୍ଡ ସହ ପ୍ରସ୍ତୁତ ତ। ଯଦି ନା, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣ ଘରେ ବସି ଏଥିଲାଗି ଆବେଦନ କରିପାରିବେ, ଜାଣନ୍ତୁ କିଭଳି?
ଭୋଟର୍‌ ଆଇଡି କାର୍ଡକୁ EPIC ଅର୍ଥାତ ଇଲେକ୍ଟର୍ସ ଫଟୋ ଆଇଡେଣ୍ଟିଣ୍ଟି କାର୍ଡ ବୋଲି କୁହାଯାଏ। ଏହାକୁ ଭାରତୀୟ ନିର୍ବାଚନ ଆୟୋଗ ଜାରି କରିଥାନ୍ତି। ଅନ୍‌ଲାଇନ୍‌ ଭୋଟର ଆଇଡି କାର୍ଡ ଆବେଦନ ଲାଗି କ’ଣ କରିବେ…
-ପ୍ରଥମେ NSVP ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ।
-ନୂଆ ଭୋଟର ଆଡି ରେଜିଷ୍ଟାର କରିବା ବିକଳ୍ପ ଚୟନ କରନ୍ତୁ
-ଏବେ ସମ୍ମୁଖରେ ଫର୍ମ ୬ ଖୋଲିବ, ଏଥିରେ ନିଜର ଡାଟା ଦିଅନ୍ତୁ
-ଫର୍ମ ୬ରେ ନିଜର ସୂଚନା ସହ ଫଟୋ ଏବଂ ସମ୍ବନ୍ଧିତ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ, ଫର୍ମ ସବ୍‌ମିଟ୍‌ କରନ୍ତୁ
-ଭୋଟର ଆଇଡି କାର୍ଡ ୧୦ ଦିନରେ ପ୍ରସ୍ତୁତ ହୋଇଥାଏ, ମାସେ ମଧ୍ୟରେ ଡାକ ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚି ଯାଇଥାଏ।
ଏସବୁ ବିଷୟ ରଖନ୍ତୁ ଧ୍ୟାନ:
ଭୋଟର ଆଇଡି କାର୍ଡ ଲାଗି ଆବେଦନ କରୁଥିଲେ ମନେରଖନ୍ତୁ:
-ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ
-ଆବେଦକଙ୍କ ଉପରେ ଅପରାଧିକ ମାମଲା ଦାୟର ହୋଇ ନ ଥାଉ
-କେବଳ ସରକାରୀ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଆବେଦନ କରନ୍ତୁ
-ଭୋଟର ଆଇଡି କାର୍ଡ ମିଳିବା ପରେ ନିଜର ଡାଟା ଠିକ୍‌ ଅଛି କି ନାହିଁ ତାହା ଦେଖିନିଅନ୍ତୁ
-ସୂଚନା ଭୁଲ୍‌ ଥିଲେ ତୁରନ୍ତ ସୁଧାରିବା ଲାଗି ଆବେଦନ କରନ୍ତୁ।