ହୃଦଘାତ ବା ହାର୍ଟ ଆଟାକ୍ ଏକ ମାରାତ୍ମକ ରୋଗ । ଏହା ଅନ୍ୟ ରୋଗ ଅଥବା ଡାଇବେଟିସ୍, ବ୍ଲଡପ୍ରେସର ଭଳି ପୂର୍ବରୁ ସୂଚନା ଦେଇ ଆସିନଥାଏ । ଛାତିରେ ହଠାତ ଖୁବ ଯନ୍ତ୍ରଣା ହେବା, ଝାଳ ବୋହିବା, ଧଇଁ ସଇଁ ହେବା ଏହାର ଲକ୍ଷଣ । ଲୋକେ କେବେକେବେ ପେଟରେ ଗ୍ୟାସ କିମ୍ବା ବ୍ଲଡ ସୁଗାର କିମ୍ବା ଇସିନୋଫିଲିଆ ଭାବି ଏହାକୁ ହୃଦରୋଗ ବିଶେଷଜ୍ଞଙ୍କ ପାଖରେ ଦେଖେଇବା ପାଇଁ କୁଣ୍ଠାରୋଧ କରନ୍ତି । କିନ୍ତୁ ଏହି ସବୁ ଲକ୍ଷଣ ହୃଦଘାତର ହୋଇଥାଏ ବୋଲି କିଛି ଲୋକ ଜାଣିପାରନ୍ତି ନାହିଁ ।