![](https://www.dharitri.com/wp-content/uploads/2024/01/instagram.jpg)
ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍ଲାଇନ୍ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ ଉପାୟକୁ ବୁଝି ନ ପାରି ଅନେକ ସେଥିରେ ଛନ୍ଦି ହୋଇପଡ଼ୁଛନ୍ତି। ଏହି କ୍ରମରେ ଏବେ ଇନ୍ଷ୍ଟାଗ୍ରାମ ଠକେଇ ସାମ୍ନାକୁ ଆସିଛି। ଯଦି ଆପଣ କୌଣସିପ୍ରକାର ଅନଲାଇନ୍ ଠକେଇରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ କିଛି ଉପାୟ ବିଷୟରେ ଜାଣିରଖନ୍ତୁ।
ମାଗଣା ଉପହାର ଏବଂ ପ୍ରତିଯୋଗିତା:
ମହଙ୍ଗା ଉପହାର ଅଥବା ଅଧିକ ଟଙ୍କା ଦେବାକୁ ଦାବି କରୁଥିବା ଆକାଉଣ୍ଟଠାରୁ ସାବଧାନ ରୁହନ୍ତି। ଆଧିକାରୀକ ବ୍ରାଣ୍ଡର ପେଜ୍କୁ ଯାଇ ପ୍ରତିଯୋଗିତା ବିଷୟରେ ସମସ୍ତ ସୂଚନାକୁ ଏକଜୁଟ କରନ୍ତୁ। କେବେ ବି ନିଜର ଟଙ୍କା ନେଣଦେଣ ଏବଂ ଲଗ୍ଇନ୍ ଡିଟେଲ୍ କାହା ସହ ଶେୟାର କରନ୍ତୁ ନାହିଁ।
ଫେକ୍ଆକାଉଣ୍ଟ ଠକେଇ:
ସାଇବର ଠକମାନେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ଲୋକପ୍ରିୟ ଚେହେରା ଏପରିକି ଆପଣଙ୍କ ବନ୍ଧୁଙ୍କ ନକଲି ଆକାଉଣ୍ଟ ଖୋଲିପାରନ୍ତି। ଏମିତିରେ ତାଙ୍କ ପୃଷ୍ଠାକୁ ଅନୁଧ୍ୟାନ କରନ୍ତୁ। ବ୍ୟବହାରକାରୀଙ୍କ ନା ଏବଂ ପ୍ରୋଫାଇଲ ଫଟୋ ବହୁତ ଭଲ ଭାବେ ଯାଞ୍ଚ କରନ୍ତୁ। ଅଜଣା ଆକାଉଣ୍ଟରୁ ଆସୁଥିବା ମେସେଜରୁ ଦୂରରେ ରୁହନ୍ତୁ।
ଫିଶିଂ ଆଟାକ୍:
କମେଣ୍ଟ, କ୍ୟାପ୍ଶନ ନଚେତ ଡାଇରେକ୍ଟ ମେସେଜରେ ଆସୁଥିବା ଲିଙ୍କରୁ ସାବଧାନ ରୁହନ୍ତୁ। ଏଥିରେ କ୍ଲିକ୍ କରନ୍ତୁ ନାହିଁ।
ନିବେଶ ସମ୍ପର୍କିତ ଠକେଇ:
ଅନିଚ୍ଛାକୃତ ଠକେଇ ପରାମର୍ଶ ନଚେତ ଶୀଘ୍ର ରିଟର୍ନ ପ୍ରତିଶ୍ରୁତିଠାରୁ ଦୂରେଇ ରୁହନ୍ତୁ। ପାର୍ଟ ଟାଇମ୍ ଚାକିରି ଏବଂ ସୋସିଆଲ ମିଡିଆରେ ପୋଷ୍ଟ ଲାଇକ୍ କରିବା ଲାଗି ମୋଟା ଅଙ୍କର ରୋଜଗାର ଦାବିଠାରୁ ଦୂରେଇ ରୁହନ୍ତୁ।
କିଭଳି ରହିବେ ସୁରକ୍ଷିତ:
-ଟୁ ଷ୍ଟେପ୍ ଅଥେଣ୍ଟିକେଶନ ରଖନ୍ତୁ
-ସନ୍ଦିଗ୍ଧ ଗତିବିଧିକୁ ରିପୋର୍ଟ କରନ୍ତୁ
-କେବେହେଲେ ନିଜର ବ୍ୟକ୍ତିଗତ ସୂଚନା-ଯେଉଁଭଳି ପାର୍ସଓ୍ବାର୍ଡ, କ୍ରେଡିଟ୍ କାର୍ଡ ତଥ୍ୟ କାହାସହ ଶେୟାର କରନ୍ତୁ ନାହିଁ।
-ନିଜର ଡିଭାଇସ ସହ ଆପ୍କୁ ଅପ୍ଡେଟ୍ ରଖନ୍ତୁ
-ନିଜର ପାସଓ୍ବାର୍ଡକୁ ବଳିଷ୍ଠ ରଖନ୍ତୁ। ନିୟମିତ ବ୍ୟବଧାନରେ ଏହାକୁ ବଦଳାନ୍ତୁ।