Posted inଜାତୀୟ

ସିମ୍‌ ସ୍ବାପ୍‌ ସ୍କାମ୍‌ରୁ ବର୍ତ୍ତିବା ଉପାୟ

ନୂଆଦିଲ୍ଲୀ,୩୦ା୧୦: ଅକ୍ଟୋବର ୧୮ରେ ଉତ୍ତର ଦିଲ୍ଲୀ ହାଇକୋର୍ଟର ଜଣେ ମହିଳା ଆଇନଜୀବୀ ଫୋନ୍‌ ହ୍ୟାକିଂ ଠକେଇର ଶିକାର ହୋଇଥିଲେ। ଅଜଣା ନମ୍ବରରୁ ଆସିଥିବା ୩ଟି ମିସ୍‌ଡ କଲ୍‌ ଯୋଗୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ଉଭାନ୍‌ ହୋଇଯାଇଛି। ତେବେ ଓକିଲ ଜଣକ ତାଙ୍କ ପାଖକୁ ଆସିଥିବା କଲ୍‌ର ଉତ୍ତର ଦେଇ ନ ଥିଲେ କି ଓ୍ବାନ୍‌-ଟାଇମ୍‌-ପାସ୍‌ଓ୍ବାର୍ଡ (ଓଟିପି) ଶେୟାର କରି ନ ଥିଲେ। ଏହାସତ୍ତ୍ୱେ ଅଭିଯୁକ୍ତ ଓକିଲଙ୍କ ଆକାଉଣ୍ଟ ବିବରଣୀ ଓ ପ୍ରାଇଭେଟ୍‌ ଡେଟା ହାତେଇବାରେ ସକ୍ଷମ ହୋଇଥିଲେ, ଯାହାକି ତାଙ୍କୁ ଜମା ଟଙ୍କା ହାତେଇବାରେ ସହାୟକ ହୋଇଥିଲା। ଏହା ସିମ୍‌ ସ୍ବାପିଂ ସ୍କାମ୍‌ର ସଦ୍ୟତମ ଦୃଷ୍ଟାନ୍ତ ବୋଲି ଦିଲ୍ଲୀ ପୋଲିସର ସାଇବର ୟୁନିଟ୍‌ କହିଛି।

ଘଟଣା ଦିନ ୩୫ ବର୍ଷୀୟା ଆଇନଜୀବୀଙ୍କ ନିକଟକୁ ଏକ ନିର୍ଦ୍ଦିଷ୍ଟ ଫୋନ୍‌ ନମ୍ବରରୁ ଲଗାତର ୩ଟି କଲ୍‌ ଆସିଥିଲା। ସେ ଅନ୍ୟ ଏକ ନମ୍ବରରୁ କଲର୍‌ଙ୍କୁ କଲ୍‌ବ୍ୟାକ୍‌ କରିଥିଲେ। କଲର୍‌ ତାଙ୍କୁ କହିଥିଲେ, ଆପଣଙ୍କ ଏକ କୋରିଅର ଡେଲିଭରି ଅଛି। ମହିଳା ଆଇନଜୀବୀ କୌଣସି ସମ୍ପର୍କୀୟଙ୍କଠାରୁ ପ୍ୟାକେଜ୍‌ ଆସିଥିବା ଭାବି କଲର୍‌ଙ୍କୁ ନିଜ ଘର ଠିକଣା ଦେଇଥିଲେ। ହେଲେ ତାଙ୍କ ଘରକୁ କୌଣସି ପ୍ୟାକେଟ୍‌ ଆସି ନ ଥିଲା। କିନ୍ତୁ ଏହା ପରେ ସେ ଦୁଇଟି ମେସେଜ୍‌ ପାଇଥିଲେ, ଯାହାକୁ ଦେଖି ତାଙ୍କ ହୋସ୍‌ ଉଡ଼ିଯାଇଥିଲା। ସେଥିରେ ଲେଖାଥିଲା, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ ଥର ମୋଟ୍‌ ୫୦ ଲକ୍ଷ ଟଙ୍କା କଢ଼ାଯାଇଛି। ପୋଲିସ ଏହି ମାମଲାରେ କାହାରିକୁ ଗିରଫ କିମ୍ବା ସ୍କାମରଙ୍କୁ ଚିହ୍ନଟ କରିପାରି ନାହିଁ।

ସିମ୍‌ ସ୍ବାପିଂ ସ୍କାମ୍‌ କ’ଣ: ଜଣେ ସ୍କାମର ଏକ ସିମ୍‌ କାର୍ଡ ଆକ୍‌ସେସ୍‌ କରିବାକୁ ସକ୍ଷମ ହେଲେ ତା’ର ଅପବ୍ୟହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରନ୍ତି। ସ୍କାମରମାନେ ନେଟ୍‌ଓ୍ବର୍କ ପ୍ରୋଭାଇଡରକୁ ଟ୍ରିକ୍‌ କରି ଟାର୍ଗେଟ ବ୍ୟକ୍ତିଙ୍କ ସିମ୍‌ ସହ ନିଜ ପାଖରେ ଥିବା ସିମ୍‌ କାର୍ଡକୁ ଲିଙ୍କ୍‌ କରାଇଥାଆନ୍ତି।

ସୁରକ୍ଷିତ ରହିବେ କିପରି: ସନ୍ଦିଗ୍ଧ ମନେହେଉଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଆପଣଙ୍କ ସିମ୍‌ କାର୍ଡ ଲକ୍‌ ହୋଇଯାଇଥିଲେ କିମ୍ବା ସେଥିରେ ‘ନୋ ଭ୍ୟାଲିଡ୍‌’ ଭଳି ଏକ ଏରର୍‌ ମେସେଜ୍‌ ଆସିଥିଲେ, ତୁରନ୍ତ ସର୍ଭିସ୍‌ ପ୍ରୋଭାଇଡରକୁ ଯୋଗାଯୋଗ କରି ନିଜ ନମ୍ବର ବ୍ଲକ୍‌ କରାନ୍ତୁ। ଆପଣ ସିମ୍‌ ଲକ୍‌ ଫାସିଲିଟି ମଧ୍ୟ ହାସଲ କରିପାରିବେ। ଏହା ଆପଣଙ୍କ ବ୍ୟକ୍ତିଗତ ବିବରଣୀକୁ ସୁରକ୍ଷିତ କରିବ। ଏହା ପରେ ନିଜ ୟୁପିଆଇ ଏବଂ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ବ୍ଲକ୍‌ କରାନ୍ତୁ। ନିୟମିତ ବ୍ୟବଧାନରେ ପାସ୍‌ଓ୍ବାର୍ଡ ମଧ୍ୟ ବଦଳାନ୍ତୁ। ନିଜ ଆକାଉଣ୍ଟ ଡିଟେଲ୍ସ ଯାଞ୍ଚ କରନ୍ତୁ। କୌଣସି ପ୍ରକାର ଫ୍ରଡ୍‌ ଟ୍ରାଞ୍ଜାକ୍ସନର ଶିକାର ହୋଇଥିଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ। ଆପଣ ଟୁ ଫ୍ୟାକ୍ଟର ଅଥେଣ୍ଟିକେଶନ୍‌ର ସୁବିଧା ମଧ୍ୟ ନେଇପାରିବେ। ଏହା ଆପଣଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri