Categories: ବାଣିଜ୍ୟ

PM Kisan: ଆଧାର ଦେଇ ଜାଣିପାରିବେ ଆକାଉଣ୍ଟକୁ ଆସିଛି କି ନାହିଁ ପିଏମ୍‌ କିଷାନ ଟଙ୍କା; ଜାଣନ୍ତୁ ପୂରା ପ୍ରକିୟା…

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୬ତମ  କିସ୍ତି କେନ୍ଦ୍ର ସରକାର ଆସନ୍ତା ମାସ ଅର୍ଥାତ ଫେବୃଆରୀରେ ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। ଏହି ସ୍କିମ୍‌ରେ ପଞ୍ଜିକୃତ କୃଷକମାନଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିଥାଏ। ଏଯାବତ ସାରା ଦେଶରେ ୧୧ କୋଟି କୃଷକଙ୍କୁ ୨.୬୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ଟ୍ରାନ୍ସଫର କରାଯାଇସାରିଛି। ତେବେ ଏହି ସ୍କିମ୍‌ରେ ମିଳୁଥିବା ରାଶି ମିଳିଛି କି ନାହିଁ ସେ ବିଷୟରେ ଆପଣ ଆଧାର ଜରିଆରେ ଦେଖିପାରିବେ।
ଯଦି ଆପଣ ପିଏମ୍‌ କିଷାନ ଯୋଜନାର ଲାଭାର୍ଥୀ ତେବେ ଆଧାର ଜରିଆରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ତାହା ଜାଣିପାରିବେ। ଏଥିଲାଗି ଆଧିକାରୀକ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ। ସେଠାରେ ‘know your status’ ଅପଶନ୍‌ରେ କ୍ଲିକ୍‌ କରନ୍ତୁ। ପରେ ନିଜର ଆଧାର ନମ୍ବର ଦେଇ କ୍ୟାପ୍‌ଚା ଦେବା ପରେ ସମସ୍ତ ସୂଚନା ପାଇପାରିବେ।
୨୦୧୯ରେ ଏହି ସ୍କିମ୍‌ ଆରମ୍ଭ ହୋଇଥିଲା। ଏଥିରେ ଲାଭାର୍ଥୀ ଥିଲେ ତୁରନ୍ତ ନିଜର କଓ୍ବୋଇସି ଅପ୍‌ଡେଟ୍‌ କରାଇ ନିଅନ୍ତୁ। ନଚେତ ୧୬ତମ କିସ୍ତିର ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ। ଏହାର ଲାଭାର୍ଥୀ ତାଲିକା ଦେଖିବା ଲାଗି ଓ୍ବେବ୍‌ସାଇଟ୍‌କୁ ଯାଇପାରନ୍ତି। ରାଜ୍ୟ, ଜିଲା, ବ୍ଲକ, ଗାଁ ନାମ ଦେବା ପରେ ଟଙ୍କା ମିଳିବାର ରିପୋର୍ଟ ଜାଣିପାରିବେ।
କଓ୍ବୋଇସି କିଭଳି ପୂରଣ କରିବେ?
-ଓ୍ବେବ୍‌ସାଇଟ୍‌ pmkisan.gov.inକୁ ଯାଆନ୍ତୁ
-ଇ-କଓ୍ବୋଇସି ଲିଙ୍କ ଉପରେ କ୍ଲିକ କରନ୍ତୁ
-ନିଜର ଆଧାର କାର୍ଡ ନମ୍ବର ଦିଅନ୍ତୁ। ସର୍ଚ୍ଚ ଉପରେ କ୍ଲିକ୍‌ କରନ୍ତୁ
-ଆଧାରରେ ଦେଇଥିବା ଫୋନ ନମ୍ବର ଦିଅନ୍ତୁ। ଓଟିପି ଆସିବ
-ଓଟିପି ସବ୍‌ମିଟ୍‌ କରିବା ପରେ ଭେରିଫିକେଶନ ପ୍ରମାଣିତ ହୋଇଯିବ
Share