Categories: ଜାତୀୟ

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଷାନ ଟଙ୍କା ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ଗୁରୁବାର ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯.୨୬ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । କିନ୍ତୁ ଯଦି ଆପଣ ଏହି ଯୋଜନାରେ ଲାଭ ପାଇବା ପାଇଁ ଆବେଦନ କରିଥିଲେ ଏବଂ ଆପଣଙ୍କୁ କିସ୍ତି ଟଙ୍କା ମିଳିନାହିଁ ତେବେ ଏହା ପଛରେ କିଛି କାରଣ ଥାଇପାରେ ।

ତେଣୁ ଆପଣଙ୍କୁ ପ୍ରଥମେ ପିଏମ୍‌ କିଷାନ ଯୋଜନାର ହେଲ୍ପ ଲାଇନ୍‌ ନମ଼୍ବରରେ ଯୋଗାଯୋଗ କରି ଆପଣଙ୍କ ସମସ୍ୟା କହିବାକୁ ହେବ । ଏଥିପାଇଁ ୦୧୧-୨୪୩୦୦୬୦୬, ୧୫୫୨୬୧ କିମ଼୍ବା ୧୮୦୦୧୧୫୫୨୬୬ ନମ଼୍ବର ଜାରି କରାଯାଇଛି । ଏହାଛଡ଼ା pmkisan-ict@gov.in କିମ଼୍ବା pmkisan-funds@gov.in ରେ ଆପଣଙ୍କ ସମସ୍ୟା ଲେଖି ମେଲ୍‌ ପଠାଇ ପାରିବେ ।

ଏହାଛଡ଼ା ଆପଣ ଘରେ ବସି ଟଙ୍କା ଆସିଛି କି ନାହିଁ ତାହା ଚେକ୍‌ କରିପାରିବେ –
-ପ୍ରଥମେ ଆପଣ ପିଏମ୍‌ କିଷାନର ଅଧିକାରୀକ ପୋର୍ଟାଲ pmkisan.gov.in ରେ ଲଗ୍‌ ଇନ୍‌ କରନ୍ତୁ
-ଏହାପରେ ହୋମ୍‌ ପେଜର ଫାର୍ମର ପେଜ୍‌କୁ ଯାଆନ୍ତୁ
-ଏହାପରେ କିଷାନ ଲାଭାର୍ଥୀ ସ୍ଥିତିକୁ ଯାଆନ୍ତୁ
-ଏହାପରେ ରାଜ୍ୟ, ଜିଲା, ଉପ-ଜିଲା ଏବଂ ପଞ୍ଚାୟତର ତଥ୍ୟ ଦିଅନ୍ତୁ
-ଏହାପରେ ଆପଣଙ୍କ ଆଧାର ନମ଼୍ବର କିମ଼୍ବା ବ୍ୟାଙ୍କ ଆକାଉଣ୍ଟ ନମ଼୍ବର ଦିଅନ୍ତୁ
-ଏହାପରେ ଗେଟ୍‌ ଡାଟା ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ
-ପରେ ଲାଭାର୍ଥୀ ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଚେକ୍‌ କରନ୍ତୁ

Share