FASTag KYC: ଫେବୃଆରୀ ୨୯ ପୂର୍ବରୁ ଅପ୍‌ଡେଟ୍‌ କରି ନିଅନ୍ତୁ ଫାଷ୍ଟଟ୍ୟାଗ୍‌ କଓ୍ବୋଇସି, ନଚେତ ଟୋଲ୍‌ରେ ଅସୁବିଧାରେ ପଡ଼ିବେ…

ନୂଆଦିଲ୍ଲୀ,୨୮।୨: ନ୍ୟାଶନାଲ ହାଇଓ୍ବେ ଅଥୋରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ସ୍ପଷ୍ଟ କରିଛି ଯେ ଯେଉଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକାରୀ କଓ୍ବୋଇସି ଅପ୍‌ଡେଟ୍‌ କରିନାହାନ୍ତି, ତାଙ୍କର ଟ୍ୟାଗ୍‌କୁ ଫେବୃୟାରୀ ୨୯ ପରଠାରୁ ବ୍ଲାକ୍‌ଲିଷ୍ଟ କରିଦିଆଯିବ। ଏଥିପାଇଁ ଆପଣ ଯଦି ନିଜର ଯାନକୁ ଫାଷ୍ଟଟ୍ୟାଗ୍‌ ବ୍ୟାଙ୍କରୁ କଓ୍ବୋଇସି କରାଇ ନାହାନ୍ତି ତେବେ ତୁରନ୍ତ ତାହା କରିନିଅନ୍ତୁ। ବିନା କଓ୍ବୋଇସି ଥିବା ଫାଷ୍ଟଟ୍ୟାଗ୍‌କୁ ବ୍ୟାଙ୍କ ଡିଆକ୍ଟିଭ୍‌ ଅଥବା ବ୍ଲାକ୍‌ଲିଷ୍ଟ କରିଦେବ। କେବଳ ନୂଆ ଫାଷ୍ଟଟ୍ୟାଗ୍‌ ଆକାଉଣ୍ଟ ହିଁ ଆକ୍ଟିଭ୍‌ ରହିବ। କାରଣ ପୁରୁଣା ଫାଷ୍ଟଟ୍ୟାଗ୍‌କୁ ଫେବୃଆରୀ ୨୯,୨୦୨୪ ପରେ ନିଷ୍କ୍ରିୟ କରିଦିଆଯିବ।
କହିରଖୁଛୁ, ସାରାଦେଶରେ ୮ କୋଟିରୁ ଅଧିକ ଯାନବାହନରେ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରାଯାଏ। ଏହା ମୋଟ ବାହନ ସଂଖ୍ୟାର ୯୮%। ଏହି ବ୍ୟବସ୍ଥା ଦେଶରେ ଇଲେକ୍ଟିକ୍‌ ସିଷ୍ଟମ୍‌ର ବେଗକୁ ବଢ଼ାଇଦେଇଛି।
ଆର୍‌ବିଆଇ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଫାଷ୍ଟଟ୍ୟାଗ୍‌ କଓ୍ବୋଇସି ଲାଗି ଆପଣ ପାସପୋର୍ଟ,ଭୋଟର ଆଇଡି କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ ଭଳି ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ। ଏହାଛଡ଼ା ବାହାନର ରେଜିଷ୍ଟ୍ରେଶନ ସାର୍ଟିଫିକେଟ୍‌ର ଏକ ନକଲର ଆବଶ୍ୟକତା ରହିବ।
ଅନ୍‌ଲାଇନ୍‌ରେ କିଭଳି କରିବେ କଓ୍ବୋଇସି?
-IHMCL ଫାଷ୍ଟଟ୍ୟାଗ୍‌ ପୋର୍ଟାଲକୁ ଯାଆନ୍ତୁ। ପରେ ମୋବାଇଲ ନମ୍ବରରୁ ଲଗ୍‌ଇନ୍‌ କରନ୍ତୁ।
-ମାଇ ପ୍ରୋଫାଇଲକୁ ଯାଆନ୍ତୁ। କଓ୍ବୋଇସି ଷ୍ଟାଟସ୍‌ ଚେକ୍‌ କରନ୍ତୁ।
-ଏବେ କଓ୍ବୋଇସି ଟ୍ୟାବ୍‌ରେ କ୍ଲିକ୍‌ କରନ୍ତୁ। କଷ୍ଟମର ଟାଇପ୍‌ ଚୟନ କରନ୍ତୁ।
-ପରେ ଆଡ୍ରେସ୍‌ ପ୍ରୁଫ୍‌ ଦସ୍ତାବିଜ ଏବଂ ଆଇଡି ସହ ଦରକାରୀ ସ୍ଥାନରେ ଡିଟେଲ୍ସ ଦିଅନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri