ସାମାନ୍ୟ କଥାରେ ରାଗୁଛନ୍ତି କି? ଏହି ସହଜ ଉପାୟରେ ନିଜକୁ କରନ୍ତୁ ଶାନ୍ତ, ନଚେତ୍‌…

କ୍ରୋଧକୁ ଆୟତ୍ତ କରିବା ସାଧନା ଠାରୁ କିଛି କମ୍‌ ନୁହେଁ। କିଛି ଲୋକଙ୍କ ନାକ ଅଗରେ ରାଗ ଥାଏ। ଏହି ରାଗ  ବହୁତ କ୍ଷତିରେ ମଧ୍ୟ ପକାଇଥାଏ। ଏହି ରାଗ ପାଇଁ ଘରର ପରିବେଶ ମଧ୍ୟ ବଦଳିଯାଇଥାଏ। ଏହା ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ରାଗ ଶାନ୍ତ ହେବା ପରେ ଲୋକେ ଅନୁତାପ କରିଥାନ୍ତି। ତେବେ ଜୀବନରେ ଏମିତି କିଛି ବ୍ୟବହାରକୁ ଆପଣାଇ ରାଗକୁ ଶାନ୍ତ କରାଯାଇ ପାରିବ। ରାଗିବା ଦ୍ୱାରା ଶରୀରର ୪୯ରୁ ଅଧିକ ମାଂଶପେଶୀ ଉପରେ ପ୍ରଭାବ ପଡ଼ିଥାଏ। ରକ୍ତରାପ ବୃଦ୍ଧି ପାଇଥାଏ। ଅଧିକାଂଶ ସମୟରେ ଜୋର୍‌ରେ ରାଗିଯିବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ ଏହି ରାଗକୁ ନିୟନ୍ତ୍ରଣ କରିବା ଆବଶ୍ୟକ।
– ରାଗ ସମୟରେ ନିଜର ପ୍ରିୟ ଭଗବାନଙ୍କୁ ମନେ ପକାଇଲେ ରାଗ ଶାନ୍ତ ହୋଇଥାଏ।
– ଏହି ସମୟରେ ଆଖିକୁ ବନ୍ଦ କରିଦେଲେ କ୍ରୋଧ ନିୟନ୍ତ୍ରଣ ହୋଇପାରିବ।
– ରାଗ ସମୟରେ ଦୁଇ ହାତକୁ ମୁଠା କରି କିଛି ସମୟ ପରେ ଖୋଲିଦେବେ। ଏହିପରି ୧୦ ଥର କଲେ ରାଗ ଶାନ୍ତ ହୋଇଯିବ।
-ରାଗ ଲାଗିବା ସମୟରେ ଉକ୍ତ ସ୍ଥାନ ଛାଡି ଚାଲିଯିବା ଭଲ।