କରୋନା ନିୟନ୍ତ୍ରଣ ହେବ କିପରି: କେନ୍ଦ୍ର ସରକାରଙ୍କୁ ୪ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୨।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍‌ ଅଭାବ ସୃଷ୍ଟି ହୋଇଛି। ସେହିପରି ଟିକା ଡୋଜ୍‌ ନ ଥିବାରୁ କେତେକ ଟିକାଦାନ କେନ୍ଦ୍ର ବନ୍ଦ ହୋଇ ଯାଇଛି। ଏନେଇ ସୁପ୍ରିମ୍‌କୋର୍ଟ ଦେଶରେ ଅକ୍ସିଜେନ ଯୋଗାଣ ଏବଂ ଟିକାଦାନ ନିମନ୍ତେ ସରକାରଙ୍କର ଜାତୀୟ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ସରକାର କିଭଳି ଯୋଜନା କରିଛନ୍ତି ତାହା ସବୋର୍ଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି। ମହାମାରୀ ଲଢ଼େଇ ନେଇ କୋର୍ଟ ସରକାରଙ୍କୁ ୪ ପ୍ରଶ୍ନ କରିଛନ୍ତି। ପ୍ରଥମ ପ୍ରଶ୍ନ ଅକ୍ସିଜେନ୍‌ ଯୋଗାଣ ଉପରେ ଥିବାବେଳେ ଦ୍ୱିତୀୟ ପ୍ରଶ୍ନ ଔଷଧ ଯୋଗାଣ ଉପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି। ସେହିପରି ତୃତୀୟ ପ୍ରଶ୍ନ କରୋନା ଟିକାଦାନର ପ୍ରଣାଳୀ ଏବଂ ଚତୁର୍ଥ ପ୍ରଶ୍ନ ଲକ୍‌ଡାଉନ୍‌ ଜାରି କରିବାର ଅଧିକାର କେବଳ ରାଜ୍ୟ ସରକାରଙ୍କର ମାତ୍ର କୋର୍ଟର ନୁହେଁ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ସରକାରଙ୍କ କରୋନା ଲଢ଼େଇ ଜାତୀୟ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ସୁପ୍ରିମ୍‌କୋର୍ଟ ହରିଶ ସାଲ୍ବେଙ୍କୁ ଏମିକ୍ସ୍‌ କ୍ୟୁରି ନିଯୁକ୍ତ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍‌ ୨୩ରେ ହେବ ବୋଲି କୋର୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ମାମଲାରେ ୬ ଭିନ୍ନ ଭିନ୍ନ ହାଇକୋର୍ଟର ରାୟ ନେଇ ଏକ ଅବୁଝା ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, କରୋନା ସଙ୍କଟକୁ ନେଇ ଦିଲ୍ଲୀ,ବମ୍ବେ, ସିକିମ୍‌, କୋଲକାତା,ଆହ୍ଲାବାଦ୍‌ ଆଦି ୬ଟି ଭିନ୍ନ ଭିନ୍ନ ହାଇକୋର୍ଟରେ ଶୁଣାଣି ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଆତିଶୀ

ନୂଆଦିଲ୍ଲୀ,୨୩।୯: ଦୁଇ ଦିନ ପୂର୍ବେ ବରିଷ୍ଠ ଆମ ଆଦମୀ ପାର୍ଟିର ନେତା ଆତିଶୀ କ୍ୟାବିନେଟ ସହିତ ଦିଲ୍ଲୀର ଅଷ୍ଟମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।...

ସିସୋଡିଆଙ୍କ ବଡ ବୟାନ, କେଜରିଓ୍ବାଲଙ୍କ ସହ ମୋର ସମ୍ପର୍କ ରାମ ଲକ୍ଷଣ ପରି

ନୂଆଦିଲ୍ଲୀ,୨୩।୯: ବରିଷ୍ଠ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆ ରବିବାର ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ସହ ଥିବା ସମ୍ପର୍କକୁ ପ୍ରଭୁ ରାମ...

କୋଲକାତାରେ ସେମିକଣ୍ଡକ୍ଟର ପ୍ଲାଣ୍ଟ କରିବ ଆମେରିକା

ନୂଆଦିଲ୍ଲୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମଧ୍ୟରେ ଶନିବାର ରାତିରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନାରେ ଏମ୍‌କ୍ୟୁ-୯ବି ଡ୍ରୋନ୍‌, ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ...

ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଲଂଘନ, ବର୍ଣ୍ଣବୈଷମ୍ୟ ଅଭିଯୋଗ

ନୂଆଦିଲ୍ଲୀ,୨୩ା୯: ନେଟ୍‌ଫ୍ଲିକ୍ସ ବିରୋଧରେ ଭିଜା ଉଲ୍ଳଂଘନ ଓ ବର୍ଣ୍ଣବୈଷମ୍ୟ ଅଭିଯୋଗ ଆସିବା ପରେ ଏହି ଆମେରିକୀୟ ଷ୍ଟ୍ରିମିଂ ଜାଏଣ୍ଟର ବ୍ୟବସାୟିକ କାର୍ଯ୍ୟପ୍ରଣାଳୀକୁ ନେଇ ଭାରତ ତଦନ୍ତ ଚଳାଇଛି।...

ଚନ୍ଦ୍ରରେ ୧୬୦ କି.ମି. ଓସାର ଗର୍ତ୍ତ ଠାବକଲା ପ୍ରଜ୍ଞାନ ରୋଭର

ନୂଆଦିଲ୍ଲୀ,୨୩।୯ : ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍‌କେନ...

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ...

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri