ଅପମାନ ଦେଇଥିବା ଲୋକକୁ କିପରି କରିବେ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ ହେବ।

ସେ କହିଛନ୍ତି, ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଜରୁରୀ । ଶତ୍ରୁ ଦୁର୍ବଳ କି ବଳଶାଳୀ ନ ଜାଣିଲେ ତାଙ୍କ ବିରୋଧରେ କୌଣସି ନୀତି ପ୍ରସ୍ତୁତ କରାଯାଇପାରିବ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି, ଯଦି ଶତ୍ରୁ ତୁମ ସମକକ୍ଷ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍‌। ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ଜାଲରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ।