ଏହି ୫ ଲୋକଙ୍କ ପାଖରେ କେବେ ବି ରହେ ନାହିଁ ଟଙ୍କା: ଆପଣ ସେଭଳି ଥିଲେ କରନ୍ତୁ ଏହି ଉପାୟ

ଆନନ୍ଦମୟ ଜୀବନ ପାଇଁ ଟଙ୍କା ଆବଶ୍ୟକତା ନିହାତି ଭାବେ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅନେକେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ ହେଁ ପାଖରେ ଟଙ୍କା ରହୁନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସେହି ଲୋକମାନଙ୍କ ବିଷୟରେ କୁହନ୍ତି ଯେଉଁମାନଙ୍କ ପାଖରେ କେବେବି ଟଙ୍କା ରହେନାହିଁ, ଯାହାଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଆସନ୍ତୁ ଜାଣିବା ସେହି ଲୋକମାନଙ୍କ ବିଷୟରେ …

– ଚାଣକ୍ୟ କହିଛନ୍ତି ଯେ, କଟୁକଥା କହୁଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହି ନ ଥାଏ। ସତ୍ୟ ଏବଂ ମଧୁର କଥା କହୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏଣୁ ଜଣେ ବ୍ୟକ୍ତି ଯଥାସମ୍ଭବ ମଧୁର ଶବ୍ଦ କହିବା ଉଚିତ୍‌।

– ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି ଟଙ୍କା ପାଇଁ ଚିନ୍ତିତ ରହିଥାନ୍ତି। ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ। ତେଣୁ ଯେତିକି ଆବଶ୍ୟକ କରନ୍ତି ସେତିକି ଖାଇବା ଉଚିତ୍‌।

– ଚାଣକ୍ୟ ନୀତିରେ କୁହାଯାଇଛି, ଯଦି ପିନ୍ଧିଥିବା ପୋଷାକ ଅପରିଷ୍କାର ତେବେ ଲକ୍ଷ୍ମୀ ଦୂରେଇ ରୁହନ୍ତି। ଅପରିଷ୍କାର ଭାବେ ଜୀବନ ବିତାଉଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରୁହେ ନାହିଁ। ଯଦିଓ ଜଣେ ଗରିବ ଲୋକ ପରିଷ୍କାର ରହେ, ତେବେ ତା ପାଖରେ ଲକ୍ଷ୍ମୀ ରହିଥାନ୍ତି।

– ଶୋଇବା ପାଇଁ ରାତି ସମୟ ସବୁଠାରୁ ଉପଯୁକ୍ତ ବୋଲି ବିବେଚନା କରାଯାଏ। ଚାଣକ୍ୟଙ୍କ ଅନୁଯାୟୀ, ଦିନ ଆରମ୍ଭ ହେବା ପରେ ଅର୍ଥାତ୍‌ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟ ମଧ୍ୟରେ ଶୋଉଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରୁହେ ନାହିଁ, ଲକ୍ଷ୍ମୀ ମଧ୍ୟ ରୁହନ୍ତି ନାହିଁ।

-ଚାଣକ୍ୟଙ୍କ ଅନୁଯାୟୀ ଲକ୍ଷ୍ମୀ ଅପରିଷ୍କାର ଦାନ୍ତ ଥିବା ଲୋକଙ୍କ ପାଖରେ ମଧ୍ୟ ରୁହନ୍ତି ନାହିଁ। ଏଣୁ ଦାନ୍ତ ପରିଷ୍କାର ରଖିବା ଆବଶ୍ୟକ।