Advertisement

ଉଡ଼ନ୍ତା ପ୍ଲେନ୍‌ରେ କିଭଳି ପକାଯାଏ ଇନ୍ଧନ, ଦୃଶ୍ୟ ଦେଖିଲେ ଚକିତ ହେବେ; ଭାଇରାଲ ହେଉଛି…

ସାଧାରଣତଃ ବିମାନରେ ସ୍ବତନ୍ତ୍ର ଇନ୍ଧନ ବ୍ୟବହୃତ ହୁଏ ବୋଲି ସମସ୍ତେ ଜାଣନ୍ତି। ହେଲେ କେବେ ବିମାନରେ ଏହାକୁ ପକାଯିବାର ଦୃଶ୍ୟ ଦେଖିଛନ୍ତି କି? ହୁଏତ ନା। ତେବେ ଇଣ୍ଟରନେଟ୍‌ରେ ଏବେ ଆକାଶରେ ଉଡନ୍ତା ପ୍ଲେନ୍‌ରେ ଇନ୍ଧନ ପକାଯିବାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ଦେଖିବା ପରେ ଅନେକେ ଚକିତ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିଭଳି ଭାବେ ଉଡନ୍ତା ପ୍ଲେନ୍‌ରେ ଇନ୍ଧନ ପଡ଼ୁଛି। ପୂର୍ବରୁ ବିମାନରେ ଇନ୍ଧନ ଭର୍ତ୍ତି କରିବା ଲାଗି ଏହାକୁ ତଳକୁ ଆଣିବାକୁ ପଡ଼ୁଥିଲା, ହେଲେ ଏବେ ଏହି କାମ ଆକାଶରେ ମଧ୍ୟ ହୋଇପାରୁଛି। ସେ ବି ବେଶ ସହଜରେ। ଭିଡିଓଟି ତାର ପ୍ରମାଣ ଯେଉଁଥିରେ ଏକ ପାଇପ୍‌ ଯୋଗେ ଇନ୍ଧନ ଭରାଯାଉଛି। ନିଶ୍ଚିତ ଭାବେ ଆପଣ ଏଭଳି ଦୃଶ୍ୟ କେବେ ଦେଖନଥିବେ।

ଟୁଇଟରରେ ଭିଡିଓଟି ଭାଇରାଲ ହେଉଥିବା ବେଳେ ବ୍ୟବହାରକାରୀ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଲାଗୁଛି ଦୁନିଆ ବେଶ ଆଗକୁ ଚାଲିଗଲାଣି। ସେହିଭଳି ଅନ୍ୟଜଣେ ଲେଖିଛନ୍ତି ସମସ୍ତଙ୍କ ପାଇଁ ଏହି ଦୃଶ୍ୟ ନିଆରା ଅନୁଭବ ଆଣିଦେବ। ଏଯାବତ ଭିଡିଓଟିକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକେ ଶେୟାର କରୁଛନ୍ତି।

ଦେଖନ୍ତୁ ଭିଡିଓ:

Share