Advertisement

ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ

ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ ହୋଇଯାନ୍ତି। ଏଭଳି ସ୍ଥିତିରେ ପିଲାଙ୍କୁ ଆକ୍ଟିଭ ରଖିବା ପାଇଁ ଜାଣନ୍ତୁ କିଛି କଥା।

ଘରେ ରହିଲେ ପିଲାମାନେ ଅଧିକାଂଶ ସମୟ ଟିଭି କିମ୍ବା ଫୋନ୍‌ ଦେଖନ୍ତି। ତେଣୁ ଏଭଳି ସ୍ଥିତିରେ ଟିଭିରେ କିଛି ଗୀତ ଲଗାଇ ଦିଅନ୍ତୁ। ଆଉ ପିଲାଙ୍କୁ ସେହି ଗୀତ ଅନୁସାରେ ନାଚ କରିବାକୁ କୁହନ୍ତୁ। ଏହା ଫଳରେ ପିଲାମାନେ ଖୁସି ହେବା ସହିତ କିଛି ଫିଜିକାଲ୍‌ ଏକ୍ସରସାଇଜ୍‌ ମଧ୍ୟ କରିପାରିବେ।
ଥଣ୍ଡା ଦିନେ ପିଲାଙ୍କୁ ଘରେ ରହି ଦଉଡି ଡିଆଁ କିମ୍ବା କିଛି ଏକ୍ସରସାଇଜ୍‌ କରିବା ପାଇଁ କୁହନ୍ତୁ। ଏହା ଫଳରେ ପିଲାଙ୍କର ଶାରୀରିକ ପରିଶ୍ରମ ହୋଇଯିବ। ପିଲାଙ୍କ ରୁଟିନ୍‌ରେ ଏରୋବିକ୍‌ସ ଏକ୍ସରସାଇଜ୍‌କୁ ସାମିଲ କରନ୍ତୁ। ସେମାନେ ନିଶ୍ଚୟ ଏନ୍‌ଜୟ କରିବେ। ଏହା ବ୍ୟତୀତ ପିଲାଙ୍କୁ କିଛି ଘରକାମ କରିବା ପାଇଁ ଦିଅନ୍ତୁ। ସେମାନେ ଆକ୍ଟିଭ ରହିବା ସହିତ ଦାୟିତ୍ୱବାନ୍‌ ହେବେ।
ନାଚ କରିବା, ଜଗିଂ ଓ ଦୌଡିବା ଭଳି ଏକ୍ସରସାଇଜ୍‌ ପିଲାଙ୍କ ପାଇଁ ନିହାତି ଦରକାର। ଏହା ଫଳରେ ପିଲାଙ୍କର ଶାରିରିକ ଓ ମାନସିକ ବିକାଶ ହୋଇଥାଏ। ଘରେ ରହିଲେ ବି ପିଲାଙ୍କ ଗତିବିଧି ଉପରେ ନଜର ରଖି ସେମାନଙ୍କୁ ଆକ୍ଟିଭ କରିବା ଅଭିଭାବକଙ୍କ ଦାୟିତ୍ୱ।