କିପରି ଦୂରକରିବେ ପିଲାଙ୍କ ନକାରାତ୍ମକ ଚିନ୍ତାଧାରା

ପିଲାଙ୍କୁ ଭଲ ମନ୍ଦ ମଧ୍ୟରେ ଫରକ ବୁଝାନ୍ତୁ: ବେଳେବେଳେ ପିଲାଙ୍କୁ ନକାରାତ୍ମକ ଓ ସକାରାତ୍ମକ ମଧ୍ୟରେ ଥିବା ଫରକ ଜଣା ପଡ଼େନାହିଁ। ଏହାଦ୍ୱାରା ପିଲା ନକାରାତ୍ମକ ଚିନ୍ତାଧାରା ଆଡ଼କୁ ଆକର୍ଷିତ ହୁଅନ୍ତି। ଏମିତିରେ ପିଲାକୁ ଭଲ ମନ୍ଦ ବିଷୟରେ ବୁଝାନ୍ତୁ। ପିଲାକୁ ପଜିଟିଭ୍‌ ଏନର୍ଜି ପ୍ରତି ଅଧିକ ମୋଟିଭେଟ୍‌ କରିପାରନ୍ତି। ନେଗେଟିଭ୍‌ ଥିଙ୍କିଙ୍ଗ୍‌ ରଖିବା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏନାହିଁ।
ନିଜେ ପଜିଟିଭ୍‌ ରୁହନ୍ତୁ: ପିଲାମାନେ ପ୍ରାୟ ପ୍ୟାରେଣ୍ଟ୍ସଙ୍କ କେତେକ ଅଭ୍ୟାସକୁ କପି କରିଦିଅନ୍ତି। ଏମିତିରେ ପିଲାଙ୍କ ନେଗେଟିଭିଟି ଦୂରିକରିବାକୁ ହେଲେ ମାତାପିତାଙ୍କୁ ପଜିଟିଭି ରହିବା ବହୁତ ଜରୁରୀ। ଏଥିପାଇଁ ପିଲାଙ୍କ ସାମ୍ନାରେ ସବୁ ଜିନିଷର ସକାରାତ୍ମକ ସାଇଡ୍‌ ଦେଖନ୍ତୁ। ସବୁ ଜିନିଷର ନେଗେଟିଭିଟିଠୁ ଦୂରେଇ ରୁହନ୍ତୁ। ଫଳରେ ପିଲା ଧୀରେ ଧୀରେ ପଜିଟିଭି ହେବାକୁ ଲାଗିବ।
ପିଲାଙ୍କ ସମସ୍ୟାର କାରଣ କ’ଣ ଖୋଜି ବାହାର କରନ୍ତୁ: ପିଲା ନେଗେଟିଭିଟିର କ’ଣ କାରଣ ରହିଛି ତାହାକୁ ଖୋଜି ବାହାର କରନ୍ତୁ। ପିଲାଙ୍କୁ ସବବେଳେ ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରଖନ୍ତୁ। ପିଲାଙ୍କ ସବୁ କଥା ଶୁଣି ସାରିବା ପରେ ତାଙ୍କୁ ସକାରାତ୍ମକ ଭାବେ ବୁଝାନ୍ତୁ।
ଭଲ ଜିନିଷରେ ଫୋକସ୍‌ କରିବା ଶିଖାନ୍ତୁ: ନେଗେଟିଭ୍‌ ଥିଙ୍କିଙ୍ଗ୍‌ ରଖୁଥିବା ପିଲା ସବୁବେଳେ ଖରାପ ଜିନିଷ ପ୍ରତି ମନ ଦିଅନ୍ତି। ନେଗେଟିଭ୍‌ ଏନର୍ଜିରେ ଧ୍ୟାନ ଦେଉଥିବା ପିଲା ସବୁବେଳେ ଦୁଃଖୀ ରୁହନ୍ତି। ଏମିତିରେ ପିଲାଙ୍କୁ ଅଧିକରୁ ଅଧିକ ସକାରାତ୍ମକ ଚିନ୍ତାଧାରା ସହ ଜଡ଼ିତ ରଖିବାକୁ ଚେଷ୍ଟା କରାନ୍ତୁ। ଏହାଦ୍ୱାରା ପିଲା ଭଲ ଜିନିଷ ପ୍ରତି ଧ୍ୟାନଦେବ ଓ ଖୁସି ରହିବ।