କିପରି ବଢିବ ଧନ

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ନିଜର ମନିପର୍ସ ହେଉ ଅବା ଟଙ୍କା ସଞ୍ଚୟ କରାଯାଉଥିବା କୁମ୍ପି ଆଦିକୁ ବି ଘରର ଉତ୍ତର ଦିଗରେ ରଖିଲେ ଧନବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ମନିପର୍ସକୁ କେବେ ବି ଖାଲି ରଖିବା ଠିକ୍‌ ନୁହେଁ। ସେଥିରେ ଅଳ୍ପ ହେଉ ପଛେ କିଛି ଟଙ୍କା ରଖିବା ଉତ୍ତମ ହୋଇଥାଏ। ଏହାଛଡ଼ା ଉତ୍ତର ଦିଗରେ କାଚ ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିପରି ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ଦୀପ ଜଳାଇ ପୂଜାର୍ଚ୍ଚନା କଲେ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ, ଘରର ପୂଜାସ୍ଥଳୀକୁ ସର୍ବଦା ସଫାସୁତୁରା ରଖିଲେ ବି ଘରେ କେବେ ଟଙ୍କା ପଇସାର ଅଭାବ ଦେଖାଯାଇ ନ ଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଧନ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ପଞ୍ଚୁଦଣ୍ଡ ମିଳନ: ଦେଖିବାକୁ ମିଳିଲା ବନ୍ୟଜନ୍ତୁଙ୍କ ସୁରକ୍ଷାର ଦୃଶ୍ୟ

ଦାରିଙ୍ଗବାଡି,୭।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ମଙ୍ଗଳବାର ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଦ୍ବିପ୍ରହରରେ ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ଏଥିରେ ପାରମ୍ପରିକ...

ତାରାତାରିଣୀଙ୍କ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪ ମନ୍ତ୍ରୀ-ବିଧାୟକ: ରାଜ୍ୟବାସୀଙ୍କ ବିକାଶ ଲାଗି କଲେ ପ୍ରାର୍ଥନା

ପୁରୁଷୋତ୍ତମପୁର,୮।୪(ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ଘଟିଛି। ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି...

ଏହି ଦିନଠୁ ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ

ପୁରୀ,୮।୪: ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।...

୫୦୦,୧୦୦୦ କି ୧୨୦୦ ନୁହେଁ ୨୯୦୦ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ୧୦ଗ୍ରାମ ସୁନା ଦାମ୍‌ କେତେ ହେଲା…

ନୂଆଦିଲ୍ଲୀ,୮।୪:ସୁନା ଉପର ଲାଗିଛି ନଜର। ଯେବେଠାରୁ ଚାଇନା ଆମେରିକା ଉପରେ ଶୁଳ୍କ ଲାଗୁ କରିଛି। ସେବେଠାରୁ, ସୁନା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି।...

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ...

ବିଜେଡି ନେତା ସମ୍ବିତ ରାଉତରାୟଙ୍କ ବଡ଼ ବୟାନ: ପାଣ୍ଡିଆନଙ୍କୁ ଅତୀତ କହି…

ଭୁବନେଶ୍ୱର,୪।୮: ୱାକଫ୍‌ ବିଲ ଭୋଟିଂ ନେଇ ରାଜନୀତି ସରଗରମ  ରହିଥିବା ବେଳେ ନବୀନ ନିବାସରେ ହେବିଓ୍ବେଟଙ୍କୁ ନେଇ ଚାଲିଛି ମାନସ ମନ୍ଥନ। ଏପଟେ  ବଡ଼ ବୟାନ...

ଚାଲିଛି ଓଡ଼ିଆ ପକ୍ଷ: ବିଶ୍ୱବିନାୟକ କଲେଜ ପକ୍ଷରୁ ୩୪ ୟୁନିଟ ରକ୍ତ ସଂଗ୍ରହ

ପାଟଣା,୮।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ଖୀରେଇ ଟାଙ୍ଗିରୀସ୍ଥିତ ବିଶ୍ୱବିନାୟକ ଡିଗ୍ରୀ କଲେଜ ଯୁବ ରେଡକ୍ରସ ଶାଖା ତରଫରୁ ଓଡ଼ିଆ ପକ୍ଷ ଉପଲକ୍ଷେ ମଙ୍ଗଳବାର...

ମାନସ ମଙ୍ଗରାଜ ଭାଜପାର ଦଲାଲ: ଅଭିଯୋଗକୁ ଖଣ୍ଡନ କରି ନୀଳମାଧବଙ୍କୁ  ଚିହ୍ନିନି କହିଲେ ….

ଭୁବନେଶ୍ୱର,୮।୪: ମାନସ ମଙ୍ଗରାଜଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି। ତେବେ ଏହି  ଅଭିଯୋଗକୁ  ଖଣ୍ଡନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image