ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ କିପରି ଜାଣିବେ?…

ନୂଆଦିଲ୍ଲୀ,୨୩।୧୨ : ଆପଣ ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ ତାହା କିପରି ଜାଣିବେ ସେଥି ପାଇଁ ଏକ ସହଜ ଉପାୟ ରହିଛି। ଏଥିପାଇଁ ଆପଣଙ୍କୁ ସଞ୍ଚାର ସାଥି ପୋର୍ଟାଲ ପରିଦର୍ଶନ କରିବାକୁ ପଡିବ । ସଞ୍ଚାର ସାଥି ପୋର୍ଟାଲ ଟେଲି ଯୋଗାଯୋଗ ବିଭାଗ ଅଧୀନରେ କାର୍ଯ୍ୟ କରେ ।
ବ୍ୟବହାର କରୁଥିବା ସିମ କାର୍ଡ ବେଆଇନ କି ନୁହେଁ ଏବଂ ବେଆଇନ କାର୍ଡକୁ ଅବରୋଧ କରିବା ପାଇଁ କେତେକ ଉପାୟ ଅବଲମ୍ବନ କରିବାକୁ ପଡିବ। ଆପଣଙ୍କୁ https://sancharsaathi.gov.in/ ପୋର୍ଟାଲକୁ ଯିବାକୁ ପଡିବ। ଏଠାରେ ମୋବାଇଲ କନେକ୍ସନ ଜାଣିବା ଉପରେ କ୍ଲିକ କରିବାକୁ ପଡିବ। ପରେ ଆପଣଙ୍କୁ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଏଣ୍ଟ୍ରି କରିବାକୁ ପଡିବ । ଏହା ସହିତ କ୍ୟାପଚା କୋଡ ଏବଂ ଓଟିଟି ଏଣ୍ଟ୍ରି କରିବାକୁ ପଡିବ। ତା’ପରେ ଆପଣଙ୍କ ନାମରେ ପଞ୍ଜୀକୃତ ମୋବାଇଲ ନମ୍ବରର ସବିଶେଷ ତଥ୍ୟ ପାଇବ। ଯଦି ମୋବାଇଲ ନମ୍ବର ସନ୍ଦେହଜନକ ଜଣା ପଡେ, ତେବେ ଏହାକୁ ଅବରୋଧ କରିବା ଆବଶ୍ୟକ।

Share