ପ୍ରତିଦିନ ସକାଳେ ପିଅନ୍ତୁ ରସୁଣ ଭିଜା ପାଣି, ମିଳିବ ଏସବୁ ଉପକାର

ଲକ୍‌ଡାଉନ ସମୟରେ ମେଦବହୁଳତା ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅଧିକାଂଶ ଲୋକ ବଢୁଥିବା ଓଜନକୁ ନେଇ ବହୁତ ଚନ୍ତିତ ଥାନ୍ତି। ଓଜନ ବୃଦ୍ଧି ବହୁତ ସହଜ କିନ୍ତୁ ଏହାକୁ ହ୍ରାସ କରିବା ମଧ୍ୟ ସମାନ କଷ୍ଟକର। ଡାଏଟିଂ ଏବଂ ବ୍ୟାୟାମ ପରେ ପେଟର ଚର୍ବି ହ୍ରାସ କରିବାକୁ ବର୍ଷ ବର୍ଷ ସମୟ ଲାଗେ। କିନ୍ତୁ ଯଦି ଶୀଘ୍ର ଫିଟ ହେବାକୁ ଚାହାଁନ୍ତି, ରସୁଣ ପାଣି ପିଇବା ଲାଭଦାୟକ ହୋଇପାରେ। ପେଟର ଚର୍ବି କମାଇବା ପାଇଁ ରସୁଣ ପାଣି ଏକ ଉତ୍ତମ ବିକଳ୍ପ। ରସୁଣରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ଥାଏ। ଏଣୁ ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ରସୁଣ କେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ, ବରଂ ହୃଦ ରୋଗରୁ ମଧ୍ୟ ରକ୍ଷା କରିବା ସହ ଓଜନ ମଧ୍ୟ ହ୍ରାସ କରିଥାଏ। ରସୁଣରେ ଫାଇବର, କ୍ୟାଲସିୟମ, ଭିଟାମିନ ବି୬, ଭିଟାମିନ ସି ଏବଂ ମାଙ୍ଗାନିଜ ଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ନିୟମିତ ସକାଳେ ଖାଲି ପେଟରେ ରସୁଣ ପାଣି ପିଇବା ଦ୍ୱାରା ଓଜନ ବହୁତ ଶୀଘ୍ର କମିଯାଏ। ଏହା ଲେମ୍ବୁ ଅପେକ୍ଷା ଅଧିକ ଲାଭଦାୟକ ଅଟେ। ୨-୩ ଗ୍ଲାସ ରସୁଣ ଗୁଣ୍ଡକୁ ଏକ ଗ୍ଲାସ ପାଣିରେ ପକାନ୍ତୁ। ପାଣି ରାତିସାରା ରସୁଣ ପୋଷକ ତତ୍ତ୍ୱକୁ ଶୋଷଣ କରିଥାଏ। ସକାଳେ ଅଧା ଏବଂ ଦିନ ବେଳା ବାକି ପାଣି ଖାଲି ପେଟରେ ପିଅନ୍ତୁ। ୩ ରୁ ୪ ସପ୍ତାହ ମଧ୍ୟରେ ଆପଣଙ୍କର ଓଜନ ଯଥେଷ୍ଟ ହ୍ରାସ ପାଇବ।