
ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଚାଟଜିପର ଅବସ୍ଥା ଆହୁରି ଖରାପ କରିବାକୁ ଅଣ୍ଟା ଭିଡିଲେଣି। ସମ୍ପ୍ରତି, ମସ୍କ ପ୍ଲାଟଫର୍ମରେ ଲୋକପ୍ରିୟ ଆନିମେସନ ଷ୍ଟୁଡିଓ ଷ୍ଟୁଡିଓ ଘିବଲି ଦ୍ୱାରା ଅନୁପ୍ରାଣିତ ହୋଇ ଫଟୋ ସୃଷ୍ଟି କରିବା ପାଇଁ ଏକ ମାଗଣା ଉପକରଣ ତିଆରି କରିଛନ୍ତି। ଯେତେବେଳେ OpenAI GPT-4o ପାଇଁ ଏକ ନୂତନ ଫଟୋ-ଜେନେରେସନ ଅପଡେଟ ଜାରି କରିଥିଲେ, ମସ୍କ ଏହା ଆରମ୍ଭ କରିଥିଲେ। ଏହି ଅପଡେଟ ପରେ, ଷ୍ଟୁଡିଓ ଘିବଲିର ଆର୍ଟ ଭଳି ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଲା।
ବର୍ତ୍ତମାନ X ପ୍ଲାଟଫର୍ମରେ ଏକ ଷ୍ଟୁଡିଓ ଘିବଲି-ପ୍ରେରିତ ଚିତ୍ର ପୋଷ୍ଟ କରିଛି। ଏହି ଫଟୋରେ କ୍ରିପ୍ଟୋକରେନ୍ସି ସହିତ ତାଙ୍କର ସମ୍ପର୍କ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି। ମସ୍କ ତାଙ୍କ ପୋଷ୍ଟକୁ “ଦି ଥିମ ଅଫ ଦି ଡେ” ଭାବରେ କ୍ୟାପସନ ଦେଇଛନ୍ତି। ଗ୍ରୋକ ପ୍ଲାଟଫର୍ମ ଷ୍ଟୁଡିଓ ଘିବଲି-ଶୈଳୀର ଫଟୋ ମଧ୍ୟ ତିଆରି କରିପାରିବ।
ଷ୍ଟୁଡିଓ ଘିବଲିଙ୍କ କଳାର କିଏ ପ୍ରଶଂସକ ନୁହେଁ? ଏହା ଏହାର ଲୋକପ୍ରିୟ, ସୃଜନଶୀଳ, ଭାବପ୍ରବଣ ଏବଂ ଖୁସି ଚରିତ୍ର ପାଇଁ ଜଣାଶୁଣା। ଯଦି ଆପଣ Grok ବ୍ୟବହାର କରି Ghibli ପ୍ରତିଛବି ସୃଷ୍ଟି କରିବାକୁ ଚାହାଁନ୍ତି, ତେବେ ଆପଣ ଏକ ପ୍ରମ୍ପ୍ଟ ଦେଇ ଏହା କରିପାରିବେ। କିନ୍ତୁ ଆପଣଙ୍କୁ ପ୍ରମ୍ପ୍ଟଟି ବିସ୍ତୃତ ଭାବରେ ଏବଂ ସରଳ ଶବ୍ଦରେ ଲେଖିବାକୁ ପଡିବ। ଆପଣ ଏହିପରି ପ୍ରମ୍ପ୍ଟ ଦେଇପାରିବେ – Create image of beautiful pink flower in brown pot in Ghibli style, create image of cute dancing cat in Ghibli style image, ଏପରି ପ୍ରମ୍ପ୍ଟ ଦେଇ ଆପଣ ଘିବଲି ଶୈଳୀ ପ୍ରତିଛବି ସୃଷ୍ଟି କରିପାରିବେ।
ଆପଣ Grok ରେ ଏକ ପ୍ରତିଛବି ଅପଲୋଡ କରିପାରିବେ ଏବଂ ଏହାକୁ Ghibli ଶୈଳୀରେ ପରିବର୍ତ୍ତନ କରିପାରିବେ। ତଥାପି, ChatGPT ଏବଂ Grok ର ଫଳାଫଳ ବ୍ୟାପକ ଭାବରେ ଭିନ୍ନ ହୋଇପାରେ। ପ୍ରତ୍ୟେକ AI ମଡେଲର କଳାତ୍ମକ ଶୈଳୀକୁ ବୁଝିବାର ଏକ ଭିନ୍ନ ଉପାୟ ଥାଇପାରେ।
ChatGPT ଅଧିକ ଫଟୋରିଆଲିଷ୍ଟିକ ପ୍ରତିଛବି ସୃଷ୍ଟି କରେ। କିନ୍ତୁ ମସ୍କଙ୍କ ଗ୍ରୋକ କିମ୍ବା ଅନ୍ୟ କୌଣସି ପରୀକ୍ଷାମୂଳକ ଉପକରଣ ଷ୍ଟୁଡିଓ ଘିବଲିର ସୌନ୍ଦର୍ଯ୍ୟକୁ ଭିନ୍ନ ଭାବରେ ଉପସ୍ଥାପନ କରେ। ସଠିକ ଫଳାଫଳ ପାଇବା ପାଇଁ ଆପଣଙ୍କୁ ସଠିକ ପ୍ରମ୍ପ୍ଟ ଦେବାକୁ ପଡିବ। ଗ୍ରୋକକୁ ଅଧିକ ବିବରଣୀ ଏବଂ ନିର୍ଦ୍ଦେଶ ପ୍ରଦାନ କରିବା ଦାରା ଆପଣଙ୍କୁ ଏକ ଭଲ ପ୍ରତିଛବି ମିଳିପାରେ।