ହୋଲିକୁ କେମିତି କରିବେ ଖାସ୍‌

ରଙ୍ଗ ତଥା ଖୁସିର ପର୍ବ ହେଉଛି ହୋଲି। ଏହି ବିଶେଷ ଅବସରରେ ବାସ୍ତୁର କିଛି ଜରୁରୀ ଟିପ୍ସକୁ ଆପଣାଇ ହୋଲିର ଖୁସିକୁ ଦ୍ବିଗୁଣିତ କରିପାରିବେ…

*ବାସ୍ତୁଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ ନାଲି, ହଳଦିଆ, ସବୁଜ, ଗୋଲାପୀ ତଥା କମଳା ରଙ୍ଗର ଫଗୁ କିମ୍ବା ଅବିର ବ୍ୟବହାର କଲେ ବ୍ୟକ୍ତିଙ୍କର ଉନ୍ନତି ହେବା ସହ ଘରେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ।

*କେବଳ ଫଗୁ କି ଅବିର ନୁହେଁ ହୋଲି ଖେଳିବା ସମୟରେ ପୋଷାକର ରଙ୍ଗ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଜରୁରୀ।

*ଅଧିକାଂଶ ଲୋକ ହୋଲିଦିନ ଟିକେ ଗାଢ଼ ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ,ଏହିଦିନ ଧଳା ରଙ୍ଗର ପୋଷାକ ପିନ୍ଧିବା ଶୁଭ ହୋଇଥାଏ। କାରଣ ଏହି ରଙ୍ଗ ଚନ୍ଦ୍ରମାଙ୍କୁ ପ୍ରତିନିଧିତ୍ୱ କରିଥାଏ।

*ହୋଲିଦିନ ଧଳା ରଙ୍ଗର ପୋଷାକ ପିନ୍ଧିଲେ ବ୍ୟକ୍ତିଙ୍କ ଭିତରେ ଶାନ୍ତିଭାବ ଓ ବିନମ୍ରତା ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ କରାଯାଏ।

*ତା’ଛଡା ଏହି ବିଶେଷ ଦିନରେ ଯଦି ହାଲ୍‌କା ଆକାଶୀ, ଗୋଲାପୀ ତଥା ସୁନେଲି ରଙ୍ଗର ପୋଷାକ ପିନ୍ଧାଯାଏ, ତା’ହେଲେ ବି ମନରେ ସକାରାତ୍ମକ ଭାବନା ବୃଦ୍ଧି ପାଇଥାଏ।

*ହୋଲିଦିନ କେତେକ ସ୍ଥାନରେ ହୋଲିକା ଦହନ ମଧ୍ୟ ପାଳନ କରାଯାଇଥାଏ। ଯେହେତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ-ପୂର୍ବ କୋଣ ହେଉଛି ଅଗ୍ନି କୋଣ, ତେଣୁ ଏହି ଦିଗ ହୋଲିକା ଦହନ ପାଇଁ ସବୁଠୁ ଶୁଭ ହୋଇଥାଏ; ଏହାଦ୍ୱାରା ପଞ୍ଚତତ୍ତ୍ବ ଭିତରେ ସନ୍ତୁଳନ ବଜାୟ ରହିଥାଏ।

Share