Posted inଫୁରସତ

ସାଇଡ୍‌ ଇନ୍‌କମ୍‌

ଛାତ୍ରୀଛାତ୍ର ହୁଅନ୍ତୁ ବା କର୍ମଜୀବୀ ପରିବାର ଉପରେ ନିର୍ଭର ନ କରି ପଢ଼ା, ବାହାରେ ରହିବା, ଗାଡ଼ି ସହ ନିଜର ବିଭିନ୍ନ ସାମଗ୍ରୀ କିଣିବା ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ତୁଲାଇବା ସହ କିଛି ଅର୍ଥ ସଞ୍ଚୟ କରିବା ଏବଂ ପରିବାରକୁ ଆର୍ଥିକ ସହଯୋଗ ଲକ୍ଷ୍ୟରେ ଅନେକ ଯୁବପିଢ଼ି ସାଇଡ୍‌ ଇନ୍‌କମ୍‌ ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏଥିପାଇଁ କେଉଁସବୁ କ୍ଷେତ୍ର ରହିଛି, ଜାଣିରଖନ୍ତୁ ସେ ସମ୍ପର୍କରେ…
ଅନ୍‌ଲାଇନ୍‌ ଟ୍ୟୁଟର- ନିଜେ ପଢ଼ନ୍ତୁ କିମ୍ବା ଜବ୍‌ କରୁଥା’ନ୍ତୁ, ଯଦି ପଢ଼ାଇବାରେ ଆଗ୍ରହ ଅଛି; ତେବେ ଆଜିର ଦିନରେ ଅନ୍‌ଲାଇନ୍‌ ଟ୍ୟୁଟରଙ୍କ ଡିମାଣ୍ଡ ବହୁତ। ତେଣୁ ଦିନକୁ ଦୁଇ- ତିନି ଘଣ୍ଟା ସମୟ ବାହାର କରି ଘରେ ବସି ମଧ୍ୟ ଅନ୍‌ଲାଇନ୍‌ରେ ଟ୍ୟୁଶନ୍‌ କରିପାରିବେ। ଏହା ଆଜିର ଦିନରେ ସାଇଡ୍‌ ଇନ୍‌କମ୍‌ର ଏକ ଭଲ ମାଧ୍ୟମ ପାଲଟିଛି।

ୟୁଟ୍ୟୁବର୍‌: ବର୍ତ୍ତମାନ ଡିଜିଟାଲ୍‌ ଯୁଗରେ ୟୁଟ୍ୟୁବ୍‌ ଏକ ଏମିତି ପ୍ଲାଟଫର୍ମ, ଯାହା ପାଲଟିଛି ଅନେକଙ୍କ ପାଇଁ ରୋଜଗାରର ବେଷ୍ଟ ମାଧ୍ୟମ। ଏଥିରେ ଜଣେ ଫୁଲ୍‌ ଟାଇମ୍‌ ହେଉ ଅବା କିଛି ସମୟ ପାଇଁ କାର୍ଯ୍ୟ କରି ଇନ୍‌କମ୍‌ କରିବା ସହ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରିପାରିବେ।

କଣ୍ଟେଣ୍ଟ କ୍ରିଏଟର୍‌: ବର୍ତ୍ତମାନ କେବଳ ୟୁଟୁବ୍‌ ନୁହେଁ, ଅନ୍ୟ ସୋସିଆଲ୍‌ ମିଡିଆ ସାଇଟ୍‌ରେ ମଧ୍ୟ କଣ୍ଟେଣ୍ଟ କ୍ରିଏଟର ଭାବେ କାର୍ଯ୍ୟ କରି ଅନେକେ ଭଲ ଅର୍ଥ ରୋଜଗାର କରୁଛନ୍ତି। ଯଦି ଆପଣଙ୍କ କୌଣସି କ୍ଷେତ୍ରରେ ରୁଚି ଅଛି, ତେବେ ଏଥିରେ ବିଭିନ୍ନ ଭିଡିଓ କରି ଇନ୍‌କମ୍‌ କରିପାରିବେ।

ବ୍ଲଗ୍‌ ରାଇଟର: ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ସବୁଠୁ ଅଧିକ ଆକ୍ଟିଭ୍‌ ରଖୁଥିବା ଯୁବପିଢ଼ି ବ୍ଲଗିଂ କରିବାରେ ରୁଚି ରଖୁଛନ୍ତି। କେହି କେହି ଏହାକୁ ପଢ଼ା କିମ୍ବା ଜବ୍‌ ସହିତ ପାର୍ଟଟାଇମ୍‌ ରୋଜଗାରର ମାଧ୍ୟମ ଭାବେ ବାଛି ନେଉଛନ୍ତି। ଏହାଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ନା କେବଳ ରୁଚି ପୂରଣ ହୋଇପାରୁଛି ବରଂ ଭଲ ଇନ୍‌କମ୍‌ ବି ହୋଇପାରୁଛି।

ଆର୍ଟ ଆଣ୍ଡ କ୍ରାଫ୍ଟ: ଚିତ୍ର ଆଙ୍କିବା ହେଉ ଅବା ବିଭିନ୍ନ କଳାକୃତି ପ୍ରସ୍ତୁତ କରିବା ଏଭଳି ଏକ କଳା, ଯାହା ମଣିଷର ସୃଜନଶୀଳତା, ଏକାଗ୍ରତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି କରିଥାଏ। ତେବେ ଏହି କଳା ବି ଆଜିର ଦିନରେ ଅନେକଙ୍କୁ ରୋଜଗାରକ୍ଷମ କରାଇପାରିଛି। ତେଣୁ ଏଥିପ୍ରତି ରୁଚି ଥିଲେ କିଛି ସମୟ ବାହାର କରି ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରସ୍ତୁତ କରି ଅନ୍‌ଲାଇନ୍‌ରେ ସେଲ୍‌ କରି ଅବା ଏହାକୁ କରିବା ସମୟର ଭିଡିଓ ସୋସିଆଲ୍‌ ସାଇଟ୍‌ରେ ପୋଷ୍ଟ କରି ଭଲ ସାଇଡ୍‌ ଇନ୍‌କମ୍‌ କରିପାରିବେ।

ଫଟୋଗ୍ରାଫି: ବର୍ତ୍ତମାନ ଯୁବପିଢ଼ିଙ୍କଠାରେ ଫଟୋଗ୍ରାଫି କ୍ରେଜ୍‌ ବଢ଼ିବାରେ ଲାଗିଛି। ସୋସିଆଲ୍‌ ମିଡିଆରେ ବିଭିନ୍ନ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ଯେମିତି ସେମାନଙ୍କ ପାଇଁ ଏକ ନିଶା ପାଲଟିଛି।
ଭଏସ୍‌ ଓଭର ଆର୍ଟିଷ୍ଟ: ବର୍ତ୍ତମାନ ଭଏସ୍‌ ଓଭର ଆର୍ଟିଷ୍ଟ, ଡବିଂ ଆର୍ଟିଷ୍ଟଙ୍କ ଡିମାଣ୍ଡ ବିଭିନ୍ନ କ୍ଷେତ୍ରରେ ବଢ଼ିବାରେ ଲାଗିଛି। ଯଦି ଏଥିପ୍ରତି ଆଗ୍ରହ ରହିଛି ତେବେ ଟିଭି, ସିରିଏଲ୍‌, ସରକାରୀ ପ୍ରୋଜେକ୍ଟ, କାର୍ଟୁନ୍‌ ଭିଡିଓ, ବିଜ୍ଞାପନ ଭଳି ବିଭିନ୍ନ କ୍ଷେତ୍ରରେ ଅଳ୍ପ ସମୟ ପାଇଁ କାର୍ଯ୍ୟ କରି ମଧ୍ୟ ଭଲ ସାଇଡ୍‌ ଇନ୍‌କମ୍‌ କରିପାରିବେ।

ଆକ୍ଟିଂ, ଡ୍ୟାନ୍ସିଂ, ସିଙ୍ଗିଙ୍ଗ୍‌ ଓ ମଡେଲିଂ: ବର୍ତ୍ତମାନର ମଡର୍ନ ଜମାନାରେ ଅଧିକାଂଶ ଯୁବପିଢ଼ି ଗ୍ଲାମର ଦୁନିଆ ସହ ଯୋଡ଼ି ହୋଇ ରହିବାକୁ ଚାହୁଁଛନ୍ତି। ତେଣୁ ଅନେକେ ମଡେଲିଂ, ଆକ୍ଟିଂ, ଡ୍ୟାନ୍ସିଂ ହେଉ ଅବା ସିଙ୍ଗିଙ୍ଗ୍‌ ଭଳି ବିଭିନ୍ନ କ୍ଷେତ୍ରରେ ଅଧିକ ଫୋକସ୍‌ କରୁଛନ୍ତି। ଏମିତିକି ଏଥିପାଇଁ ବିଧିବଦ୍ଧ ତାଲିମ ମଧ୍ୟ ନେଉଛନ୍ତି ଓ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରୋଜଗାର ବି କରୁଥିବା ଦେଖିବାକୁ ମିଳୁଛି।

ଅନ୍ୟାନ୍ୟ କ୍ଷେତ୍ର: ଏସବୁ ବ୍ୟତୀତ ବର୍ତ୍ତମାନ ଡିଟିପି କରିବା, ଭିଡିଓ ଏଡିଟ୍‌ କରିବା, ମାର୍କେଟିଂ, ଟ୍ରେଡିଂ, ବୁକ୍‌ ରାଇଟିଂ, ଫିଟ୍‌ନେସ୍‌ ଟ୍ରେନର୍‌ ଭଳି ବିଭିନ୍ନ କ୍ଷେତ୍ର ମଧ୍ୟ ସାଇଡ୍‌ ଇନ୍‌କମ୍‌ ପାଇଁ ଭଲ ଅପ୍ସନ ପାଲଟିଛି।

ମନେରଖନ୍ତୁ…
– ନିଜ ସ୍କିଲ୍‌ ଏବଂ ଆବଶ୍ୟକତାକୁ ଆଖିଆଗରେ ରଖି ସାଇଡ୍‌ ଇନ୍‌କମ୍‌ ସୋର୍ସ ବାଛନ୍ତୁ। ନଚେତ୍‌ ରୋଜଗାର ନିଶାରେ ଜାଣି ନ ଥିବା କାର୍ଯ୍ୟରେ ହାତ ଦେଲେ ଟଙ୍କା ନ ମିଳିବା ସହ ଅଯଥା ସମୟ ନଷ୍ଟ ହେବ।
– ଯଦି ପୂର୍ବରୁ ଫୁଲ୍‌ଟାଇମ୍‌ ଜବ୍‌ କରୁଛନ୍ତି ଏବଂ ସାଇଡ୍‌ ଇନ୍‌କମ୍‌ ପାଇଁ ଅଳ୍ପ ସମୟ ଅନ୍ୟ କାର୍ଯ୍ୟ ବି କରୁଛନ୍ତି, ତେବେ ଏହାର ପ୍ରଭାବ ଯେପରି ମୁଖ୍ୟ ଜବ୍‌ ଉପରେ ନ ପଡ଼େ ସେଥିପ୍ରତି ବିଶେଷ ଯତ୍ନବାନ ରୁହନ୍ତୁ।
– ସେହିପରି ଯଦି ଆପଣ ପାଠ ପଢ଼ିବା ସହ ସାଇଡ୍‌ ଇନ୍‌କମ୍‌ କରୁଛନ୍ତି ଏବଂ ଧୀରେ ଧୀରେ ଭଲ ଇନ୍‌କମ୍‌ ହେବାରୁ ସେଥିପ୍ରତି ଅଧିକ ଧ୍ୟାନ ଦେଉଛନ୍ତି, ତେବେ ସଚେତନ ହୋଇଯାଆନ୍ତୁ। କାରଣ ଏଥିପାଇଁ ପାଠପଢ଼ାରେ ଅବହେଳା ହେଲେ ତାହାର ନକାରାତ୍ମକ ପ୍ରଭାବ କ୍ୟାରିୟର ଉପରେ ପଡ଼ିପାରେ। ତେଣୁ ପାଠପଢ଼ାକୁ ପ୍ରାଥମିକତା ଦେବା ପରେ ଅନ୍ୟ ଯେକୌଣସି କାର୍ଯ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri