କେମିତି ଖୋଲିବ ରତ୍ନଭଣ୍ଡାର, କେଉଁମାନଙ୍କୁ ମିଳିବ…

ଭୁବନେଶ୍ୱର,୧୩।୭: ରବିବାର ଖୋଲିପାରେ ରତ୍ନଭଣ୍ଡାର । ଏ ନେଇ ସରକାର ଆଜି ଏସ୍‌ଓପି ଜାରି କରିପାରନ୍ତି । ଏସ୍‌ଓପି ଜାରି ହେବା ପରେ କେମିତି ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ କେଉଁମାନଙ୍କୁ ଅନୁମତି ମିଳିବ ତାହା ସ୍ପଷ୍ଟ ହେବ । ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି ବୋଲି ଯାଂଚ କମିଟି ଅଧ୍ୟକ୍ଷ କହିଥିଲେ । କମିଟି ସୂଚନା ମୁତାବକ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହେବ । ପରେ କମିଟି ସଦସ୍ୟମାନେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ । ହେଲେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବା ପୂର୍ବରୁ ଲୋକନାଥଙ୍କ ପୂଜାର୍ଚ୍ଚନା କରାଯିବ । ଏନେଇ ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି । ସେମାନେ ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ । ଏହି ସମୟରେ କମିଟି ସମସ୍ତ ଟିମର ସହଯୋଗ ନେବ । ଏହାସହ ରୋଚକ କଥା ହେଉଛି ରତ୍ନଭଣ୍ଡାର ଭିତରେ ସାପ ଥିବା କଥା କୁହାଯାଉଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନ ମଧ୍ୟ ସାଥିରେ ଯିବେ । ସେହିଭଳି ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସେଠାରେ ଆଲୋକିକରଣର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୩ା୧୦: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏଥିରେ ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରୁ ବାଦ୍‌...

ଛାନିଆ କଲାଣି ‘ଦାନା’; ବିରୋଧୀ ଦଳ ନେତା ନବୀନ ଦେଲେ ଏଭଳି ବାର୍ତ୍ତା

ଭୁବନେଶ୍ୱର,୨୩।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବୁଧବାର ବାତ୍ୟାର ରୂପ ନେଇଛି। ଏବେ ଏହା ଘଣ୍ଟାପ୍ରତି ୧୮ କିମି ବେଗରେ ଉପକୂଳ ମୁହାଁ ହୋଇଛି।...

ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର,୨୩।୧୦: ସ୍ଥଗିତ ହେଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା। ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପ୍ରିଲିମକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ସ୍ଥଗିତ ନେଇ ଓପିଏସ୍‌ସି ପକ୍ଷରୁ...

Featured Video Play Icon

ଭିତରକନିକାରେ ଲ୍ୟାଣ୍ଡଫଲ୍‌! ସମୁଦ୍ରରେ ବଡ଼ ହଲଚଲ୍‌…

ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଦାନା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ରୂପ ନେଇଛି...

ସ୍ଥଳଭାଗ ଛୁଇଁଲା ‘ଦାନା’ର ବାହ୍ୟବଳୟ , ଆକାଶରେ ଘୋଟି ଆସିଲାଣି…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ପାରାଦୀପ ରାଡାରର ତଥ୍ୟ ଅନୁସାରେ ମିଳିଛି ବଡ଼ ସୂଚନା। ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି...

ଭୀଷଣ ନୁହେଁ ଅତି ଭୀଷଣ ହେବ ବାତ୍ୟା! ଶ୍ରୀମନ୍ଦିର ଉପର ଦୃଶ୍ୟ ଦେଖି ଲୋକ ଛାନିଆ…

ଭୁବନେଶ୍ୱର,୨୩।୧୦: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର...

ଆଜି ସନ୍ଧ୍ୟାରୁ ବଦଳିବ ପାଗ: ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୩।୧୦: ବାତ୍ୟା ଦାନାର ପ୍ରଭାବରେ ଆଜି ସନ୍ଧା୍ୟା ପରଠୁ ଉପକୂଳବର୍ତ୍ତୀ ଜିଲାରେ ପ୍ରବଳ ବର୍ଷିବ। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।...

ଏହି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ ‘ଦାନା’! ୩ ବନ୍ଦରକୁ ୪ନଂ ବିପଦ ସଙ୍କେତ

ଭୁବନେଶ୍ୱର,୨୩।୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ‘ଦାନା’ର ରୂପ ନେବ। ଏହା କ୍ରମଶଃ ବଳ ଗୋଟାଇ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri