Categories: ଫୁରସତ

ଗଛ ଲଗାଇ କିପରି ମାତ୍ର ୧୨ ବର୍ଷରେ ହେବେ କୋଟିପତି, ଜାଣନ୍ତୁ…

ନୂଆଦିଲ୍ଲୀ,୪।୧୨ : ଗାଁ ହେଉ କିମ୍ବା ସହର ହେଉ, ଏପରି ଏକ ବ୍ୟବସାୟିକ ଚିନ୍ତାଧାରା ଅଛି ଯାହା ଜଣଙକ୍କୁ ମାତ୍ର ୧୨ ବର୍ଷରେ କୋଟିପତି କରିଦେବ। ଏହି ବ୍ୟବସାୟରେ ପ୍ରଥମେ କେବଳ ୧ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ଏବଂ ୧୨ ବର୍ଷ ପରେ ଜଣେ କୋଟି ପତି ହୋଇ ପାରିବେ। ଏହି ବ୍ୟବସାୟରେ କାରଖାନା ସ୍ଥାପନ କିମ୍ବା ଦୋକାନ ଖୋଲିବାର ମଧ୍ୟ ଆବଶ୍ୟକତା ନାହିଁ। ପାଖରେ କେବଳ ଖାଲି ଜମି ରହିବା ଆବଶ୍ୟକ। ଯଦି ପାଖରେ ଜମି ଏବଂ ୧ ଲକ୍ଷ ଟଙ୍କା ଅଛି ତେବେ ନିଶ୍ଚିତ ଭାବରେ ଜଣେ କୋଟି ପତି ହୋଇ ପାରିବେ। ଏହି ବ୍ୟବସାୟ ହେଉଛି ମେହୋଗାନି ଗଛରୁ ଟଙ୍କା ରୋଜଗାର।

ମହୋଗାନି ଗଛ ବର୍ତ୍ତମାନ ବଜାରରେ ଘନ ମିଟର ପିଛା ୨୦୦୦ ଟଙ୍କାରେ ବିକ୍ରି ହେଉଛି । ଗୋଟିଏ ଗଛର ମୂଲ୍ୟ ୪୦ରୁ ୫୦ ହଜାରରୁ ଆରମ୍ଭ ହୋଇଥାଏ। ଏହା ସମ୍ଭବ ୧୨ ବର୍ଷ ପରେ ଏହାର ମୂଲ୍ୟ ଆହୁରି ବଢ଼ିପାରେ। ଯଦି ଜଣେ ୧୨୦ ଗଛ ଲଗାନ୍ତି ତେବେ ୧୨ ବର୍ଷ ମଧ୍ୟରେ କୋଟିଏ ଟଙ୍କା ମୂଲ୍ୟର ସମ୍ପତ୍ତି ସୃଷ୍ଟି କରିପାରିବେ।

୧ ଏକରରେ ମେହୋଗାନି ଚାରା ରୋପଣ କରାଗଲେ ପର୍ଯ୍ୟାପ୍ତ ଦୂରତା ରଖି ୧୦୦୦ ଚାରା ରୋପଣ କରାଯାଇପାରିବ। ୧୦-୧୨ ବର୍ଷ ମଧ୍ୟରେ, ଗୋଟିଏ ଗଛରୁ ୨୦ ଘନଫୁଟ ପର୍ଯ୍ୟନ୍ତ କାଠ ମିଳିବ। ୧୦୦୦ ଗଛରୁ ୨୦ ହଜାର ଘନଫୁଟ କାଠ ମିଳିବ । ଏହି ବ୍ୟବସାୟ ଦ୍ୱାରା
ଜଣେ ନିଜର ମୂଳଧନ ଛାଡି ୯୯ ଲକ୍ଷ ଟଙ୍କାର ଲାଭ କରି ପାରିବେ। ଯେଉଁଠାରେ ପବନ କମ ପ୍ରବାହିତ ହୁଏ ସେଠାରେ ମହୋଗାନି ଗଛ ଲଗାଯାଇପାରିବ। ଏହି ଗଛର ଲମ୍ବ ଭାରତରେ ୬୦ ଫୁଟ ପର୍ଯ୍ୟନ୍ତ ହୋଇପାରେ।

 

Share