ତୃତୀୟ ଲହରରେ ଶିଶୁ-କିଶୋରଙ୍କୁ କିଭଳି ମିଳିବ ସୁରକ୍ଷା: ଜବାବ୍‌ ତଲବ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ମାମଲାର ବିଚାର ସମୟରେ ସୁପ୍ରିମ୍‌କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ୍‌ ତଲବ କରିଛନ୍ତି। ଆଗକୁ ଆସିବାକୁ ଥିବା କରୋନାରେ ତୃତୀୟ ଲହରରେ ଶିଶୁ ଏବଂ କିଶୋର ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଯଦି ଏଭଳି ସ୍ଥିତି ସୃଷ୍ଟି ହୁଏ ତେବେ ସେମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏନେଇ ଦିଲ୍ଲୀ ସରକାରଙ୍କ ପାଖରେ କୋଣସି ଯୋଜନା ଅଛି କି ନାହିଁ ତାହା କୋର୍ଟ ଜାଣିବାକୁ ଚାହିଁଛନ୍ତି। ସରକାର ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ଯୋଜନା କରିଛନ୍ତି କି ନାହିଁ ସେନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି।

Share