ରୋଷେଇ ଘରୁ ଦୁର୍ଗନ୍ଧ ଆସିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍‌। କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଚାଲି ଯାଇଥାଏ। ବେଳେ ବେଳେ ଦେଖାଯାଏ ଯେ ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ ବାହାରିଥାଏ। ରୋଷେଇ ଘରେ ପଶିବା ମାତ୍ରେ ଏ ଗନ୍ଧ ସିଧା ନାକରେ ପଶିଯାଏ। ଏହାର କାରଣ ହେଉଛି ଆପଣଙ୍କ କିଚେନ୍‌ର ବେସିନ୍‌ର ଦୁର୍ଗନ୍ଧ, ଯାହାକୁ ନେଇ ଅଧିକାଂଶ ମହିଳା ବହୁ ଚିନ୍ତିତ ରୁହନ୍ତି। ଯଦି ଆପଣବି ବେସିନ୍‌ରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଏହାର ସମାଧାନ ପାଇଁ ଆପଣାନ୍ତୁ କିଛି ଘରୋଇ ଟିପ୍ସ।

ଲୁଣ: ରୋଷେଇଘର ବେସିନ୍‌ରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ ଜାମ ହୋଇଯାଇଥାଏ। ତେଣୁ ଏଥିରୁ ଦୁର୍ଗନ୍ଧ ବାହାରିଥାଏ। ଆପଣ ବାସନ ସଫା କରିସାରିଲା ପରେ ବେସିନ୍‌ରେ ଲୁଣ ପକାଇ ବ୍ରଶ ମାଧ୍ୟମରେ ଭଲରେ ସଫା କରନ୍ତୁ। ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା ମଧ୍ୟ କମ୍‌ ହୋଇଥାଏ।

ଲେମ୍ବୁ: ବେସିନ୍‌ର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ଏହି ପେଷ୍ଟରେ ବେସିନକୁ ବ୍ରସ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ। ଏଭଳିି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଗନ୍ଧ ମଧ୍ୟ ଦୂର ହୋଇଯିବ।

କଳା ଭିନେଗାର୍‌: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ। ବେସିନ ସଫା କରିବା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ। ବାସନ ଧୋଇବା ପରେ ଭିନେଗାର ଦ୍ୱାରା ବେସିନ୍‌ର ଚାରିପାଖ ବ୍ରସ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍‌ ଚିକ୍‌ ଦେଖାଯିବ।

ବେକିଂ ସୋଡା: ନିଜ ବେସିନ୍‌କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ବେସିନ୍‌ରେ ବେକିଂ ସୋଡା ପକାଇ ୫ ମିନିଟ ଛାଡ଼ି ନିଅନ୍ତୁ।  ଏହାପରେ ସ୍କ୍ରବ ଦ୍ୱାରା ଏହାକୁ ସଫା କରି ଦିଅନ୍ତୁ। ଏହାଫଳରେ ବେସିନ ପୂରାପୂରି ସଫା ହେବା ସହ ଏଥିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri