ଗର୍ଭାବସ୍ଥାରେ କେମିତି ଶୋଇବା ଉଚିତ୍‌ ଜାଣନ୍ତୁ

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପ୍ରତି ପଡ଼ିଥାଏ। ଗର୍ଭାବସ୍ଥାରେ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏପରିକି ଖାଦ୍ୟପେୟ, ଚାଲିବା, ବୁଲିବା, ଶୋଇବା ଆଦି ପ୍ରତି ସଚେତନ ରହିବା ଜରୁରୀ। ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଠିକ୍‌ ଭାବେ ନିଦ ହୋଇ ନ ଥାଏ। ଏଥିସହିତ ଭୁଲ ଶୈଳୀରେ ଶୋଇବା ମଧ୍ୟ ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେମିତି ଶୋଇଲେ ଶିଶୁଟି ସୁସ୍ଥ ରହିବ।

– ଏକ ରିପୋର୍ଟରୁ ଜଣାପଡ଼ିଛି, ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୋଇଲେ ଭଲ ନୁହେଁ। ତେଣୁ କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ ଜାରିରଖନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ।

– ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଛାଡ଼ି ଜଳାପୋଡ଼ା ହେବ। ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।

– ଯଥେଷ୍ଟ ପାଣି ପିଇବା ଉଚିତ୍‌।

– ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ପାଦ ଓ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ମିଳିବ।

– ଦିନରେ ଏକାଥରେ ଅଧିକ କିଛି ନ ଖାଇ ଅଳ୍ପ ଅଳ୍ପ ଅଧିକ ଥର ଖାଆନ୍ତୁ।

– ଗର୍ଭାବସ୍ଥାରେ ମହିଳାମାନେ ଶେଯର ଦୁଇ ପାର୍ଶ୍ୱରେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ।